(ଭୁବନେଶ୍ୱର) ; ପାରେଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୁଆ ମୋଡ ନେଉଛି । ଏବେ ସାମ୍ନାକୁ ଅ।।ସିଛି ବିଦ୍ୟାଙ୍କ ତିନି ନମ୍ବର ଚିଠି । ସେଥିରେ ଲେଖାଥିବା ଅକ୍ଷୟ ନାମକ ଚରିତ୍ରକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ବିଦ୍ୟାଙ୍କ ହାତଲେଖା ଚିଠିରେ ରହିଛି “ହେ ଭଗବାନ, ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘୃଣା କରେ, ସେଠାରେ ମୋ ପାଇଁ କେହି ନାହିଁଟ୍ଟ ଇନ୍ସଲ୍ଟ ହେଲା, ଅନ୍ନେସେସେରୀ କଥା କହିକି ନିଜର ଇନ୍ସଲ୍ଟ କଲିଟ୍ଟ ଖାଲି ସୁପର୍ଫିସିଆଲି ହିଁ ମିଶନ୍ତିଟ୍ଟ ମନ ଭିତରେ କ୍ଷତି ହିଁ ଚାହାନ୍ତିଟ୍ଟ କିଛି ପ୍ରବ୍ଲେମ ନକରିକି ବି ଏତେ ରାଗଟ୍ଟ ଏତେ ପରିମାଣରେ ଜିଲସ୍ନେସ୍, ବହୁତ ଖୁସି ଲାଗୁଛିଟ୍ଟ ଆହୁରି ଜଳୁଥାଆଟ୍ଟ ଆଉ ତୁମ ଜିଲସ୍ନେସ୍ ଦେଖିକି ଭଗବାନ ହସୁଥିବେଟ୍ଟ ଭଲ କଥାଟ୍ଟ ଆଜି ତମର ମେଜରିଟି ଅଛି, କାଲି ମୋର ମେଜରିଟି ରହିବଟ୍ଟ ଆଉ ମୋର ଟାଇମ୍ ବିଟ୍ଟ ଅଂଶୁ ଅପାଙ୍କୁ ୮୦ ଦବାର ଅଛିଟ୍ଟ ଆଉ ତା ଛଡ଼ା ସବୁ ଅଲ କ୍ଲିଅର ଅଛିଟ୍ଟ ତାଠୁ ଗୋଟେ ବେଟର୍ ଖୋଜିବିଟ୍ଟ ଏତେ ନେଗ୍ଲିଜିବ୍ଲ ଫିଲ୍ କରେଇଲାଟ୍ଟ ଆଇ ହେଟ୍ ହିମ୍ ବହୁତ କଥା ଅଛି ପରେ କହିବି.’। ଏତିକି ଲେଖା ରହିଥିବା ବେଳେ ଆଉ କିଛି ଲେଖା ହୋଇ କଟା ଯାଇଛି । “ମୋତେ ଅକ୍ଷୟର ଷ୍ଟାଟସ୍ ଦେଖିକି ମୋତେ କହିଥିଲା ଦେଖିବା ପାଇଁ’ ଲେଖା ହୋଇ କଟା ହୋଇଛି ।
ତେବେ ଏହି ଅକ୍ଷୟ ଜଣକ କିଏ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହୁଏତ ଏହି ଲେଖାରୁ ପୁଲିସକୁ ତଦନ୍ତ ପାଇଁ କିଛି ସୁରାକ ମିଳିବ ଏବଂ ଆମକୁ ନ୍ୟାୟ ମିଳିବ ବୋଲି ଆଶା ରଖି ସେମାନେ ଏହାକୁ ଗଣମାଧ୍ୟମକୁ ଦେଇଥିବା କହିଛନ୍ତି ସୌମ୍ୟଙ୍କ ବଡ ଭାଇ ରଞ୍ଜନ ।