ଅପରାଧଓଡିଶା

ଛାଡପତ୍ରଦେଲା ପରେ ମାଲିକ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ

(ବାଲେଶ୍ୱର) ; ସ୍ତ୍ରୀକୁ ଛାଡପତ୍ର ଦେଲା ପରେ ବି ସ୍ତୀକୁ ମାଲିକ ସହ ମିଶି ଦୁଷ୍କର୍ମ କଲା ସଇତାନ ସ୍ୱାମୀ । ହେଲେ ଏତିକିରେ ରାଗ ଥମି ନଥିଲା। କାହିଁକି ସୁନ୍ଦର ଦେଖାଯାଉଛି କହି ତାଙ୍କୁ ଅଧା ଲଣ୍ଡା ବି କରି ଦେଇଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଔପଦା ବ୍ଲକ ଅଞ୍ଚଳରେ। ସୂଚନା ଅନୁଯାୟି ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଟ୍ରାକ୍ଟର ଚଲାନ୍ତି। ପାରିବାରିକ କଳହରୁ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି। ୨ ଦିନ ପୂର୍ବେ ରାତି ପ୍ରାୟ ୮ଟାରେ ନିକଟସ୍ଥ ବଜାରରୁ ସେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ସ୍ୱାମୀ ନିଜ ମାଲିକଙ୍କ ସହ ମିଶି ତାଙ୍କୁ ଜବରଦସ୍ତି ଏକ ନିକାଞ୍ଚନ ଜାଗାକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ତାଙ୍କୁ ଅଧା ଲଣ୍ଡା କରି ଛାଡ଼ି ଦେଇଥିଲେ।

Related posts

ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews

ଏଣିକି ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ହେଉଥିବା ଖର୍ଚ୍ଚ ଆୟୁଷ୍ମାନରେ ମିଶିବ ।

mahabharatanews

ନାବାଳିକା ଗଣବଳାତ୍କାର ମାମଲା: ଓଟିଭି ଏମଡିଙ୍କ ଗିରଫଦାରୀ ଦାବିରେ ଗଣବିକ୍ଷୋଭ

mahabharatanews