ଓଡିଶା

କଟକଣାକୁ ଧୂଆଁରେ ଉଡେଇଦେଲେ ବିଧାୟକ

(ବ୍ରହ୍ମପୁର) ; କଥାରେ ଅଛି ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞାମ ଜିଲ୍ଲା ସୋରଡା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କ୍ଷେତ୍ରରେ । କରୋନା କଟକଣାକୁ ଫୁ କରି ଉଡେଇ ଦେଇଛନ୍ତି ଖୋ୍ଦ ଶାସକ ଦଳର ବିଧାୟକ । ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ । ଏହି ଭିଡିଓଟି ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।
ସୂଚନାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ ।ତେବେ ଏଥିରେ ଅଜସ୍ର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିଲା ଖାଦ୍ୟ ।କୋଭିଡ୍ ନିୟମ ଉଲ୍ଲଂଘନ କରି ଭୋଜି ଖାଇବାକୁ ଧାଡ଼ି ଲଗାଇଛନ୍ତି ଜଣଙ୍କ ପାଖରେ ଆଉ ଜଣେ ବସିଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଅମୃତୁଲୁ ଗାଁର ଏ ଦୃଶ୍ୟ । ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ।ଏହି ଅବସରରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ ମଧ୍ୟ ହୋଇଥିଲା । ରକ୍ତଦାନ ଶିବିରରେ ମଧ୍ୟ ଅନେକ ଲୋକ କୋଭିଡ୍ କଟକଣା ନମାନି ରକ୍ତଦାନ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି

 

Related posts

ବଡ଼ଚଣା: ଗାନ୍ଧୀ ସ୍ମୃତି ପୀଠ ଉଦଘାଟିତ

mahabharatanews

ଆଇସୋଲେସନକୁ ତଦାରଖ କରିବେ ବିଡିଓ ଓ ତହସିଲଦାର

mahabharatanews

ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ପାଇଁ ବୋଲଗଡ ଯୁବଶକ୍ତି ପକ୍ଷରୁ କ୍ୟଣ୍ଡେଲ ଶୋଭାଯାତ୍ରା

mahabharatanews