ଓଡିଶା

ସ୍ୱାମୀ ଆଖି ଆଗରେ ଅତ୍ମହତ୍ୟା କଲା ସ୍ତ୍ରୀ

(ଭୁବନେଶ୍ୱର) ; ସ୍ୱାମୀ ଆଉ ସ୍ତ୍ରୀ ଦୁହେଁ ସାତ ଜନ୍ମ ସାଥୀ ହୋଇ ରହିବା ପାଇଁ କଥା ଦେଇଥାନ୍ତି । କିନ୍ତୁ ଏଠି ସ୍ୱାମୀ ଆଖି ଆଗରେ ଆତ୍ମ ହତ୍ୟା କଲା ସ୍ତ୍ରୀ ! ସ୍ୱାମୀ ଘଟଣାସ୍ଥଳ ଛାଢି ପଳାଇଲା । ଏପରି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀର କାର୍ଗିଲ ବସ୍ତି ନିକଟ ରେଲୱେ ଷ୍ଟେସନରେ । ଖବର ପାଇ ଘଟନା ସ୍ଥଳରେ ଜି ଆର ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାଟି କିଛି ଏମିତି ରାଜଧାନୀର କାର୍ଗିଲ ବସ୍ତି ନିକଟ ରେଲୱେ ଷ୍ଟେସନରେ ଜଣେ ମହିଳା ଓଭର ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ସ୍ଥାନୀୟଲୋକଙ୍କ କହିବା ଅନୁସାରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଆଖି ଆଗରେ ବ୍ରିଜ୍ ଉପରୁ ତଳକୁ ଡେଇଁପଡିଥିଲେ । ଆତ୍ମହତ୍ୟା କରିଥିବା ମହିଳାଙ୍କର ପରିଚୟ ମିଳିପାରିନାହିଁ । ସ୍ବାମୀ ପାଖରେ ଛିଡା ହୋଇଥିବା ବେଳେ ସ୍ବାମୀଙ୍କ ଆଖି ସାମ୍ନାରେ ମହିଳା ଜଣଙ୍କ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିବା ପରେ ଘଟଣାସ୍ଥଳ ଛାଡି ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ଦେଖି ଜିଆରପିକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ଖବର ପାଇ ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Related posts

ରାଜ୍ୟରେ କରୋନା ମୃତ୍ୟୁ ୧୧

mahabharatanews

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସୁଦୃଢ଼ ହେବ ଓଡିଶା: ୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପାଇଁ ୨୯.୩୬ କୋଟି ମଞ୍ଜୁର

mahabharatanews

ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲୁଛନ୍ତି ଶହଶହ ପାଟୁଅ

mahabharatanews