ନୂଆଦିଲ୍ଲୀ: ୨୦୧୮ ମେ ମାସରୁ ଜୁନ ୨୦୨୧ ମଧ୍ୟରେ ଜମ୍ମୁ କାଶ୍ମୀରରେ ୪୦୦ ଏନକାଉଣ୍ଟରରେ ୬୩୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ଓ ୮୫ ସୁରକ୍ଷାବଳ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବୁଧବାର କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।
କଂଗ୍ରେସ ସାଂସଦ ଦିଗବିଜୟ ସିଂହଙ୍କ ପ୍ରଶ୍ନର ଉତ୍ତରରେ ରାୟ କହିଛନ୍ତି, ଜମ୍ମୁ ଓ କାଶ୍ମୀର ଆତଙ୍କବାଦୀ ହିଂସାରେ ପ୍ରଭାବିତ ହୋଇଆସୁଛି । ଏହି ଆତଙ୍କବାଦୀଙ୍କୁ ସୀମା ପାରରୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଉଛି ।
ଲିଖିତ ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି କି, ୨୦୧୮ ମେ ମାସରୁ ଜୁନ ୨୦୨୧ ମଧ୍ୟରେ ଜମ୍ମୁ କାଶ୍ମୀରରେ ୪୦୦ ଏନକାଉଣ୍ଟରରେ ୬୩୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ଓ ୮୫ ସୁରକ୍ଷାବଳ ସଦସ୍ୟଙ୍କ ମୃତ୍ୟୁ ହୋଇଛି ।
ମନ୍ତ୍ରୀ ଆହୁରି କହିଛନ୍ତି କି, କେନ୍ଦ୍ର ସରକାର ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରିଛନ୍ତି ଓ ଆତଙ୍କବାଦ ଦମନ ଦିଗରେ ବହୁପଦକ୍ଷେପ ନିଆଯାଇଛି, ଯେମିତି, ସୁରକ୍ଷା ଉପକରଣର ସଶକ୍ତିକରଣ, ଦେଶ ବିରୋଧୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ, ସର୍ଚ୍ଚ ଅପରେସନକୁ ଅଧିକ ପ୍ରଭାବଶାଳୀ କରାଯାଇଛି । ଏହା ବ୍ୟତୀତ ସୁରକ୍ଷା ବଳ ଆତଙ୍କବାଦୀଙ୍କୁ ସହଯୋଗକରୁଥିବା ଓ ଆତଙ୍କବ।।ଦକୁ ପ୍ରୋତ୍ସାହିତ କରିବା ଲୋକଙ୍କ ଉପରେ ନଜର ରଖିଛି ।
previous post