ଓଡିଶା

ଅଗ୍ନିଶମ ବିଭାଗ ଭିତରେ ସାପ

ଚାନ୍ଦବାଲି(ମହାଭାରତ): ଭଦ୍ରକ ଚାନ୍ଦବାଲି ଏନଏସି ଅନ୍ତର୍ଗତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି ଏକ ବିରାଟ ନାଗ ସାପ । ବନବିଭାଗ ଏବଂ ସାପ ଧରାଳିମାନଙ୍କ ମିଳିତ ଉଦ୍ୟମରେ ୫ ଫୁଟ ଲମ୍ବର ଏହି ନାଗ ସାପକୁ ଉଦ୍ଧାର କରାଯାଇଛି । ଅଗ୍ନିଶମ କାର୍ଯ୍ୟାଳୟ ଭିତରେ ଏହି ନାଗସାପକୁ ଦେଖି ଅଧିକାରୀମାନେ ବନବିଭାଗକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗ ଏବଂ ସାପ ଧରାଳୀ ଦୁଖୁରାମ ଦାସ । ଏହାପରେ ଆରମ୍ଭ ହୋଇଥିଲା ସାପ ଧରିବା କାର୍ଯ୍ୟକ୍ରମ । ଦୁଖୁରାମ ସାପଟିକୁ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି । ଏହାପରେ ସାପଟିକୁ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲରେ ଛାଡିଛି ବନବିଭାଗ ।

Related posts

ଶିମିଳିପାଳରେ ୩୨ରେ ପହଞ୍ଚିଛି ବାଘ ସଂଖ୍ୟା

mahabharatanews

ଓଡ଼ିଶାର ରାଜ୍ୟପାଳଙ୍କ ପ୍ରଥମ ମହିଳା ADC ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅନନ୍ୟା ଅବସ୍ଥୀ

mahabharatanews

ମୁର୍ମୁଙ୍କ ନିର୍ବାଚନ ନିଶ୍ଚିନ୍ତ

mahabharatanews