ଓଡିଶା

+୨ ପ୍ରଥମ ବର୍ଷ ଆଡମିଶନ ପ୍ରକ୍ରିୟା ଆରମ୍ଭ

(ଭୁବନେଶ୍ୱର) ; ଆରମ୍ଭ ହେଲା +୨ ଆଡମିଶନ ପ୍ରକ୍ରିୟା । ଇଛା ରଖିଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ଆଡ଼ମିଶନ ସଂକ୍ରାନ୍ତୀୟ ମାର୍ଗଦର୍ଶିକା। ଆଡ଼ମିଶନ ପାଇଁ କେବଳ ସାମସ ପୋର୍ଟାଲରେ ଅନଲାଇନରେ ଆବେଦନ ଗ୍ରହଣ ହେବ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ଆଡମିଶନ ପାଇଁ ଇଛୁକ ,ସେମାନେ ସାମ୍ସ ପୋର୍ଟଲରେ ହିଁ ନିଜ ଆବେଦନ ପତ୍ର ଦାଖଲ କରିପାରିବେ । ଆବେଦନ ସମୟରେ କୌଣସି ଘରୋଇ ଏଜେଣ୍ଟ କିମ୍ବା ଏଜେନ୍ସିକୁ ଛାତ୍ରଛାତ୍ରୀମାନେ ଡକ୍ୟୁମେଣ୍ଟ ନଦେବା ଲାଗି ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

Related posts

ମୁଡ଼କି ଫ୍ୟାକ୍ଟ୍ରିରେ ଅଚାନକ ଭୟାବହ ଅଗ୍ନିକାଣ୍ଡ 

mahabharatanews

ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏବେବି ଲାଗି ରହିଛି ଭିଡ

mahabharatanews

୨୪ଘଣ୍ଟାରେ ରାଜ୍ୟରୁ ୩୦୪ କରୋନା ସଂକ୍ରମିତ ଚିହ୍ନଟ

mahabharatanews