ଅପରାଧ

ଚାଲାଣ ବେଳେ ୧୬ପେଟି କଫସିରପ ଜବତ

ବୌଦ୍ଧ(ମହାଭାରତ): ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଚାରିଛକଠାରେ ରେଡ କରିଛି ପୁରୁଣାକଟକ ଥାନା ପୋଲିସ । ଏହି ଚଢାଉରେ ଚାଲାଣ ହେଉଥିବା ୧୬ ପେଟି କଫ ସିରପକୁ ପୋଲିସ ଜବତ କରିଛି । ଜବତ ହୋଇଥିବା ଏହି କଫସିରଫର ଆନୁମାନିକ ମୂଲ୍ୟ ପାଖାପାଖି ୩ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଘଟଣାରେ ବ୍ୟବହୃତ ହୋଇଥିବା ସ୍କର୍ପିଓ ସହ ନୂଆପଡାର ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍କର୍ପିଓ ଦ୍ୱାରା ଭୁବନେଶ୍ୱରରୁ ବଲାଙ୍ଗୀର କଫସିରପ ଚୋରାଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଚାରିଛକ ଠାରେ ପୋଲିସ ଯାଞ୍ଚ କରୁଥିବା ବେଳେ ଏହି ଗାଡିକୁ ଅଟକାଇଥିଲା । ଗାଡି ଯାଞ୍ଚ ସମୟରେ ଏସ କଫ କମ୍ପାନୀର ୧୬ ପେଟି କଫସିରପ ଜବତ ହୋଇଛି । ତେବେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁରୁଣାକଟକ ପୋଲିସ ।

Related posts

କାଜୁ ଜଙ୍ଗଲରେ ବୋମା ମାଡ: ୨ ଜଣ ଗୁରୁତର

mahabharatanews

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପେକ୍ସ ସଂପାଦକ

mahabharatanews

ବିପୁଳ ପରିମାଣର ମଦ ଜବତ, ୨ କୋର୍ଟ ଚାଲାଣ

mahabharatanews