ଓଡିଶା

ପଞ୍ଚାୟତସ୍ତରୀୟ ବିଜେପିର ନୂତନ କମିଟି ଗଠିତ

 (ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୋଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ ଡେରଙ୍ଗ ପଞ୍ଚାୟତରେ ବିଜେପି ପକ୍ଷରୁ ନୂତନ କମିଟି ଗଠନ ନିମନ୍ତେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ କାର୍ୟ୍ୟକାରୀଣି ସଦସ୍ୟ ତଥା ପ୍ରାକ୍ତନ ଜିଲ୍ଲା ସଭାପତି ଅଶୋକ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତସ୍ତରୀୟ ୭ ବୁଥ୍ ଶକ୍ତି କେନ୍ଦ୍ରର ପ୍ରମୁଖ, ଯୁବମୋର୍ଚ୍ଚା ସଭାପତି, ସମ୍ପାଦକ, ଆଇଟି କୋଡିନେଟର ଆଦି ପଦପଦବୀରେ ନୂତନ କର୍ମକ । ଚୟନ କରାଯାଇଛି। ରେଙ୍ଗାଳୀ ବିଜେପି ଯୁବମୋର୍ଚ୍ଚା ସଭାପତି ହୃଦୟ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ପଙ୍କଜ ପ୍ରଧାନ, କାଳନ୍ଦୀ ଦାସ, ବିପିନି ସାହୁ, ଭଜମନ ସାହୁ, ପିଙ୍କୁ ସେଠି, ବସନ୍ତ ନାଏକ, କାଳିଆ ପ୍ରଧାନଙ୍କୁ ଶକ୍ତିକେନ୍ଦ୍ରର ପ୍ରମୁଖ, ଯୁବମୋର୍ଚ୍ଚା ସଭାପତି ଭାବରେ ସୁନୀଲ୍ ସାମଲ, ସୁମନ୍ତ ମହାନ୍ତିଙ୍କୁ ବିଜେପି ସଭାପତି, ସମ୍ପାଦକ ରୂପେ ଅମୂଲ୍ୟ ସାହୁ, ଆଇଟି କୋଡିନେଟର ଭାବରେ ବ୍ରହ୍ମାନନ୍ଦ ଦେହୁରୀଙ୍କ ସର୍ବସମତି ନିଷ୍ପତିକ୍ରମେ ଚୟନ କରାଯାଇ ନାମ ଘୋଷଣା କରାଯାଇଥିଲା । ପ୍ରାକ୍ତନ ବିଜେପି ସଭାପତି ଟିକନ ମହାନ୍ତି ଦଳକୁ ସୁଦୃଢ ରଖିବା ପାଇଁ କାର୍ୟ୍ୟକ ଙ୍କ ମଧ୍ୟରେ ସମନ୍ଵୟକୁ ଗୁରୁତ୍ଵ ଦେଇ ଯଶସ୍ବୀ ମୋଦୀ ସରକାରଙ୍କର ଜନହିତକର ଯୋଜନାକୁ ସାହିସାହିରେ ଲୋକଙ୍କୁ ସଚେତନ କରିବାକୁ ମତବ୍ୟକ୍ତ କରିଥିଲେ । ଜେଆଇଟିପିଏଲ୍ କମ୍ପାନୀରୁ ମାସିକ ୨ ଲକ୍ଷ ଚାନ୍ଦା ନେବା ପରିପ୍ରେକ୍ଷୀରେ କମ୍ପାନୀକୁ ବେଆଇନ କୋଇଲା ଚାଲାଣରେ ସହଯୋଗ କରି ଲୋକଙ୍କ ଜୀବନ ସହିତ ଖେଳ ଖେଳୁଥିବା ବାହାପିଆ ପାଲଲହଡା ବିଧାୟକଙ୍କ ଜନମାରଣ ନିତିକୁ ବିଜେପି ଆଗାମୀ ଦିନରେ କଡା ଜବାବ ଦେବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ପାଳଲହଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକର ଡେରଙ୍ଗ ଫଟାୟତକୁ ଭାଜପାର ୧ ନମ୍ବର କରିବା ପାଇଁ ନିଷ୍ଠାର ସହିତ କାମକରିବାକୁ ବରିଷ୍ଠ ବିଜେପି ନେତା ଟୁନା ସାହୁ ପରାମର୍ଶ ଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ବୈଠକରେ ପ୍ରମୁଖ ଦଳୀୟ କର୍ମୀ ସାମିଲ ଥିଲେ ।

 

Related posts

ସାବଧାନ ବୁଲୁଛି ମହାବଳ !

mahabharatanews

୨୯ରୁ ପୁଣି ବର୍ଷା

mahabharatanews

ପୂଜା ହେଲା ନୂତନ ବିରଜା ପଞ୍ଜିକା 

mahabharatanews