ଓଡିଶା

କୃମିନାଶକ କାର୍ୟ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

(ଓମ୍ ପ୍ରକାଶ ମିଶ୍ର / ସୋନପୁର) ; ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ କୃମିନାଶକ କାର୍ୟ୍ୟକ୍ରମ ପାଇଁ ଅର୍ଦ୍ଧ ଦିବସୀୟ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ସମସ୍ତ ସ୍ଵାସ୍ଥ୍ୟ ପରିଦର୍ଶକ, ମହିଳା ସ୍ଵାସ୍ଥ୍ୟକର୍ମୀ ଏବଂ ଫାର୍ମାସିଷ୍ଟଙ୍କୁ ଆଗାମୀ କୃମିନାଶକ କାର୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ କୃମିନାଶକ ଔଷଧ ସେବନ ଦ୍ଵାରା ପିଲାଙ୍କୁ ରକ୍ତହୀନତା ଏବଂ ଅପପୁଷ୍ଟିରୁ ରକ୍ଷା କରାଯାଇ ପାରିବ । ଏହା ସହିତ କ୍ଷୁଧା ବୃଦ୍ଧି ସହ ଏହା ପିଲାକୁ ଶାରୀରିକ ଏବଂ ମାନସିକ ଅବିବୃଦ୍ଧିରେ ସାହାଯ୍ୟ କରିଥାଏ । ଆଗାମୀ ୧୦ ଅଗଷ୍ଟ ରୁ ୨୩ ଅଗଷ୍ଟ ଯାଏଁ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଵାସ୍ଥ୍ୟକର୍ମୀମାନେ ପ୍ରତ୍ୟେକ ଘରକୁ ଯାଇ ୧ ବର୍ଷରୁ ୧୯ ବର୍ଷ ବୟସର ସମସ୍ତ ପିଲାଙ୍କୁ କୃମିନାଶକ ଔଷଧ ଖୁଆଇବେ। ଏହି ପ୍ରଶିକ୍ଷଣ ଶିବିରରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଏବଂ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ପ୍ରଶିକ୍ଷକର ଦାୟିତ୍ଵ ତୁଲାଇ ଥିବା ବେଳେ ବିପିଏମ ଅଶୋକ ମିଶ୍ର ଶିବିରଟିକୁ ପରିଚାଳନା କରିଥିଲେ ।

 

Related posts

ଏସସିବିରେ ବଢିଲା ବେଡ୍ ସଂଖ୍ୟା

mahabharatanews

ସାକ୍ଷୀଗୋପିନାଥ ଦେବଙ୍କର ସ୍ୱତନ୍ତ୍ର ନୀତିକାନ୍ତି

mahabharatanews

ରଘୁନାଥପୁର ବ୍ଲକର ୬୩ ବିଦ୍ୟାଳୟ ନିଶ୍ଚିନ୍ତକୋଇଲି ବ୍ଲକରେ ମିଶିଲା

mahabharatanews