ଓଡିଶା

ଯୁବକଙ୍କୁ ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ(ମହାଭାରତ): ବ୍ରାହ୍ମଣୀ ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଭୟ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗାଁର ବ୍ରାହ୍ମଣୀ ନଦୀରେ ଏପରି ଏକ ଅଘଟଣ ସାମ୍ନାକୁ ଆସିଛି । ଏହି ଗାଁର ବସନ୍ତ ପରିଡା ନଦୀକୁ ଗାଈ ଚରାଇବାକୁ ଯାଇଥିଲେ । ତେବେ ନଈରେ ଗୋଡ ଧୋଇବାକୁ ଯାଇଥିବା ବେଳେ ଏକ କୁମ୍ଭୀର ନଦୀରୁ ବାହାରି ବସନ୍ତଙ୍କୁ ଝାମ୍ପି ନେଇଥିବା ଜଣାପଡିଛି । ଏହା ଦେଖି ନିକଟରେ ଉପସ୍ଥିତ ଥିବା ଲୋକମାନେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ତେବେ ଗ୍ରାମବାସୀ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Related posts

କାଳବୈଶାଖୀ ପ୍ରଭାବ : ୨୦ ଜିଲ୍ଲାରେ  ସତର୍କ ସୂଚନା ଜାରି 

mahabharatanews

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା

mahabharatanews

ମତ୍ସ୍ୟଚାଷ କ୍ଷେତ୍ରରେ ଓଡିଶା ହାତେଇଲା ୨ ଜାତୀୟ ପୁରସ୍କାର

mahabharatanews