ବ୍ରହ୍ମପୁର: କୋଭିଡ ହସ୍ପିଟାଲରୁ ବିଚାରାଧୀନ କଏଦୀ ଫେରାର । ୫ ଦିନ ହସ୍ପିଟାଲରେ ଚିକିତ୍ସିତ ହେଉଥିôବା ବେଳେ ଆଜି ସକାଳୁ କଏଦୀଙ୍କ ଦେଖା ନାହିଁ । ଏହି ଘଟଣା ଘଟିଛି ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରେ । ହସ୍ପିଟାଲରୁ ଖବର ପାଇବା ପରେ ପୁଲିସ କଏଦୀକୁ ଖୋଜା ଜାରି ରଖିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ସେ ଗିରଫ ହୋଇଥିଲା ।
ନୟାଗଡ଼ ଅଂଚଳର ମିରତା ସଙ୍କୁ ଜୁଲାଇ ୪ ତାରିଖରେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ କରାଯାଇଥିଲା । ଏହା ପରେ ସେ ବାଲିଗୁଡା ଜେଲରେ ଥିଲା । ଜୁଲାଇ ୩୧ରେ ସେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା । ତେଣୁ ତାକୁ ବ୍ରହ୍ମପୁର ଏମକେସିଜି କୋଭିଡ଼ ମେଡିକାଲକୁ ପଠାଯାଇଥିଲା। କିନ୍ତୁ ଆଜି ସକାଳୁ ଏମକେସିଜି କୋଭିଡ଼ ହସ୍ପିଟାଲ-୧ ରୁ ଫେରାର ହୋଇଯାଇଛନ୍ତି। ଆଜି ଭୋର ୪ଟା ବେଳେ ବେଡ଼ରେ ମିରତାଙ୍କୁ ନ ପାଇ ଖୋଜାଖୋଜି ଆରମ୍ଭ କରିଛି ପୁଲିସ୍। ଏମକେସିଜି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି, ରୋଗୀ ବାଲିଗୁଡାରୁ ଆସିଥିଲା । ସେ ଜଣେ କଏଦୀ ହୋଇଥିବାରୁ ପୁଲିସର ୨ କର୍ମଚାରୀ ତାଙ୍କୁ ଗେଟ ବାହାରେ ଜଗୁଥିଲେ । କିନ୍ତୁ ସେ କେମିତି ଫେରାର ହୋଇଗଲା ତାହା ଜଣାନାହିଁ । ଅନ୍ୟ ପଟେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।
ତେବେ ଏହି ଘଟଣା ପରେ ପୁଣି ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠିଛି । ଏପ୍ରିଲ ମାସରେ ଏମିତି ଅବସ୍ଥାରେ କଟକ ବଡ ମେଡିକାଲରୁ ପୁଲିସ କର୍ମଚାରୀଙ୍କ ମୁତୟନ ସତ୍ତେ୍ୱ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯାଇଥିଲା ।