ଓଡିଶାରାଜନୀତି

ବିଜେଡି-କଂଗ୍ରେସ ଛାଡ଼ି BJPରେ ସାମିଲ ୨୫+ ଯୁବକ

ନବରଙ୍ଗପୁର ଜିଲ୍ଲା ଝରୀଗାଁରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡି, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଛାଡ଼ି ୨୫ରୁ ଅଧିକ ଯୁବକ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟରେ ଚାଲିଥିବା ‘ବିକାଶର ଧାରା’ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ବିକାଶମୂଳକ ପଦକ୍ଷେପରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗ ଦେଇଥିବା କୁହାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଝରୀଗାଁ ବିଧାୟକ ନରସିଂହ ଭତ୍ରା ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ପିନ୍ଧାଇବା ସହ ମିଠା ଖୁଆଇ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ବିଜେପି ଏପରି ଏକ ଦଳ ଯେଉଁଠାରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଏବଂ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି। ଦଳ ପରିବାରବାଦକୁ ପ୍ରଶ୍ରୟ ଦେଇନଥାଏ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ରାଜ୍ୟ ଓ ଦେଶର ବିକାଶ ଦିଗରେ କାମ କରୁଛି ବୋଲି ସେ କହିଥିଲେ।

 

Related posts

ଦେଶରେ ୪୫ ଆସନରେ ହେବ ଉପନିର୍ବାଚନ

mahabharatanews

ବିଦ୍ୟା ପବ୍ଲିକ୍ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳନ

mahabharatanews

ପୁରୀରେ ଆନ୍ତର୍ଜାତୀୟ ବେଳାଭୁମୀ ସଫେଇ ଦିବସ ଅନୁଷ୍ଠିତ

mahabharatanews