ଓଡିଶା

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ବିଭତ୍ସ ହତ୍ୟା । ତେବେ ଏହି ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଖୋର୍ଦ୍ଧା ବାଣପୁରର ସ୍ଥିତ ସାଳିଆ-ଭାଲେରୀ କେନାଲ ବନ୍ଧ ନିକଟରେ ମୃତଦେହଟି ପଡିଥିବା ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ହତ୍ୟକାଣ୍ଡ ବୋଲି ସନ୍ଦେହ ହେଉଛି । ମୃତଦେହଟି ଖୋର୍ଦ୍ଧା ବାଣପୁର ଥାନା ଅଧୀନ ଝିଣ୍ଟିକା ପଲ୍ଲୀ ଗ୍ରାମର କାହ୍ନୁ ପରିଡା ବୋଲି ଚିହ୍ନଟ କରାଯାଇଛି ।
କିଛି ଳୋକ ଏ ଧାରୁଆ ଅସ୍ତ୍ରରେ କାହ୍ନୁକୁ ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି ପୋଲିସ । ତେବେ ହତ୍ୟାର କାରଣ ଏବଂ ହତ୍ୟାକରୀକୁ ନେଇ ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ସୃଷ୍ଟି ହୋଇଛି । ଗତକାଲି ବିଳମ୍ବିତ ରାତିରେ କାହ୍ନୁଙ୍କୁ ଏକ ଫୋନ କଲ ଆସିଥିଲା, ଏବଂ ଏହାପରେ ସେ ଘରୁ ବାହାରି ଯାଇଥିବା ସ୍ପଷ୍ଟ କରିଛନ୍ତି ପରିବାର ଲୋକେ । ଶବ ବ୍ୟବଚ୍ଛେଦ ପରେ ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳ ହେବ ବୋଲି ବାଲୁଗାଁ ଝଊଚଙ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

Related posts

ଉପାସରେ ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

mahabharatanews

OCS ପରୀକ୍ଷା ଫଳ: ହଟିଲା ଅନ୍ତରୀଣ ଅଙ୍କୁଶ 

mahabharatanews

ବ୍ୟାଙ୍କର ନାରାୟଣ ବଘୁଲଙ୍କ ଦେହାନ୍ତ

mahabharatanews