ଓଡିଶା

ଘରକୁ ଫେରିବାକୁ ସାହାଯ୍ୟ ଲୋଡିଲେ ବୃଦ୍ଧା

ସାଲେପୁର: ଭୁଲ ବଶତଃ ଘରକୁ ଯିବା ପରିବର୍ତ୍ତେ ସାଲେପୁରରେ ପହଞ୍ଚିଗଲେ ବୃଦ୍ଧା ମହିଳା । ଘରକୁ ଯିବା ପାଇଁ ପ୍ରଶାସନ ସହିତ ଲୋକମାନଙ୍କୁ ମାଗୁଛନ୍ତି ସହାୟତା ।
ଭଗବତୀ ପାଣିଗ୍ରାହୀ ନାମକ ୭୫ ବର୍ଷୀୟ ଜଣେ ବୃଦ୍ଧ ମହିଳା । ଭୁବନେଶ୍ୱର ବମିଖାଲର ଶାନ୍ତିପଲ୍ଲୀରେ ତାଙ୍କ ଘର । କିନ୍ତୁ ସେ ଭୁଲରେ ଭୁବନେଶ୍ୱରରୁ ଗାଡିରେ ବସି ସାଲେପୁରକୁ ଚାଲି ଆସିଛନ୍ତି । ଏଠାରେ ପହଞ୍ଚିବା ପରେ ସେ ଚିନ୍ତାରେ ପଡିଯାଇଛନ୍ତି । ଘରକୁ ଯିବା ପାଇଁ ସେ ସମସ୍ତଙ୍କ ସାହାଯ୍ୟ ଲୋଡୁଥିଲେ । ବୃଦ୍ଧା ଜଣକ ରାସ୍ତାକଡରେ ବସି କାନ୍ଦୁଥିବାର ଦେଖି ସ୍ଥାନୀୟ କିଛି ଯୁବକ ତାଙ୍କୁ ଆରି ସାଲେପୁର ବିଇଓଙ୍କ କାର୍ଯ୍ୟାଳୟରେ ବସାଇଥିଲେ । କିନ୍ତୁ ସେ ଘରକୁ ଯିବା ପାଇଁ ଖୁବ ବିଚଳିତ ହୋଇ ପଡିଛନ୍ତି । ତେଣୁ ଘରକୁ ଯିବା ପାଇଁ ସହଯୋଗ ଲୋଡିଛନ୍ତି ଏହି ଭଗବତୀ । ତେବେ ପୋଲିସ ପ୍ରଶାସନର ସାହାଯ୍ୟ ମିଳିଲେ ବୃଦ୍ଧା ଜଣକ ନିଜ ଘରେ ପହଞ୍ଚି ପାରନ୍ତେ ।

Related posts

କୋରୋନାରେ ଶିଶୁ ମୃତ

mahabharatanews

ଆରମ୍ଭ ହେଲା ଛେରା ପହଁରା 

mahabharatanews

ହାତୀ ଉପଦ୍ରଵ : ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ 

mahabharatanews