ଓଡିଶା

ବିଜେଡି କରୁଛି ରକ୍ତଦାନ

ଚଣ୍ଡିଖୋଲ: କଥାରେ ଅଛି ରକ୍ତ ଦାନ ମହାପୂଣ୍ୟ । ଏହି କାର୍ଯ୍ୟରେ କିନ୍ତୁ ଖୁବ ଆଗରେ ରହିଛି ବିଜୁ ଜନତା ଦଳ(ବିଜେଡି) । ପ୍ରାୟ ସମୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର କରି ରକ୍ତ ସଂଗ୍ରହ କରି ଚାଲିଛି ଦଳ । ସେହିପରି ଆଜି ମଧ୍ୟ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଡପ, ବାଲିଚନ୍ଦ୍ରପୁରର ସରକାରୀ ସଂସ୍କୃତ ମହାବିଦ୍ୟାଳୟ ଏବଂ ଛତିଆ ପିଳ ଗ୍ରୀନ ସେଡଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୋଟ ୫୦୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଆହୁରି ୫୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରହିଛି । ଓଡିଶା ମୋ ପରିବାର ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ଼ାକରାରେ ଏହି ଜୀବନ ବିନ୍ଦୁ କାର୍ୟ୍ୟକ୍ରମ କରାଯାଉଥିବା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି । ଏହି ମହତ କାର୍ୟ୍ୟକ୍ରମ ଅବସରରେ ବିଧାୟକ ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇଥିଲେ ।

Related posts

ଜୁନ୍‌ ୪ରେ କେରଳ , ୧୩ରେ ଓଡିଶା ଛୁଇଁବା ମୌସୁମୀ   

mahabharatanews

ସୃଷ୍ଟି ହେଉଛି ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ବର୍ଷେ ଜେଲ ଦଣ୍ଡ ସହିତ ଜରିମାନା ଏବଂ ପୀଡିତାଙ୍କୁ ଆର୍ଥିକ ସହାୟତା   

mahabharatanews