ଅପରାଧ

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପି କାର୍ୟ୍ୟାଳୟର ସୁପରଭାଇଜର

ଭଦ୍ରକ (ରିପୋର୍ଟସ ଟୁଡେ) :  ଭିଜିଲାନ୍ସ ଜାଲରେ ସୁପରଭାଇଜର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭଦ୍ରକ ସି ଡି ପି ଓ କାର୍ୟ୍ୟାଳୟର ସୁପର ଭାଇଜର ମଲିଲତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏସପିଙ୍କ ନିର୍ଦେଶରେ ଆଜି ସକାଳୁ ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭଦ୍ରକ ସିଡିପିଓ ଙ୍କ କାର୍ୟ୍ୟାଳୟ , ଭଦ୍ରକ ସହରର ଆରଡ଼ି ଛକ ସ୍ଥିତ ବାସଭବନ, ଆମ୍ବରୋଲୀ ସ୍ଥିତ ଗାଁରେ ଘର ଆଦି ୪ଟି ସ୍ଥାନରେ ଭିଜିଲାନ୍ସ ଟିମର ଏକକାଳୀନ ଚଢ଼ାଉ ଜାରି ରହିଛି ।

ଏହି ଚଢାଉରେ ଭିଜିଲାନ୍ସର ୩ ଗୋଟି ଟିମ ସାମିଲ ରହିଛନ୍ତି । ତେବେ ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଛି ।ସମସ୍ତ କାଗଜପତ୍ର ଯାଞ୍ଚ କରୁଛି ଟିମ୍ ।ତେବେ ବର୍ତ୍ତମାନ ସୁଦ୍ଧା ୨ଟି ବିଲ୍ଡିଂ ଓ ୩ଟି କାର୍ ଜବତ ହୋଇଥିବାର ସୂଚନା ମିଳିଛି ।

Related posts

ଡିଇଓଙ୍କ କ୍ୱାର୍ଟରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

mahabharatanews

ସିଷ୍ଟର ଅଭୟ ହତ୍ୟା ଘଟଣା: ଦୋଷୀ ପାଦ୍ରୀ ଓ ନନଙ୍କୁ ଆଜୀବନ କାରାଦଣ୍ଡ

mahabharatanews

କଦଳୀ ଆଳରେ ଚାଲାଣ ହେଉଛି ଗଞ୍ଜେଇ

mahabharatanews