ଡେରାଡୁନ: ଉତ୍ତରାଖଣ୍ଡ ପୁଲିସର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ଏକ ଅପରେସନରେ ବେଙ୍ଗାଲୁରୁରୁ ଜଣେ କାମେରୁନ ନାଗରିକଙ୍କୁ ଗିରଫ କରିଛି । ୬୬ ଲକ୍ଷ ଟଙ୍କାର ସାଇବର ଠକେଇ ମାମଲାରେ ଏସଟିଏଫ ଏହି ମାମଲାରେ ତାକୁ ଗିରଫ କରିଛି । ତାର ନାମ ଡିଙ୍ଗ ବୋବଗା କ୍ଲୋସ ଓରଫ ବବି ଇବ୍ରାହିମ । ମଙ୍ଗଳବାର ଏସଟିଏଫ ଇବ୍ରାହିମକୁ ଗିରଫ କରିଛି ।
ଏସଏସପି ଅଜୟ ସିଂହ ସୂଚନା ଦେଇଛନ୍ତି କି, ଇବ୍ରାହିମକୁ ବାଙ୍ଗାଲୁରୁରୁ ଗିରଫ କରିବା ସହ ବହୁ ଇଲୋକ୍ଟ୍ରୋନିକ୍ସ ଗେଜେଟ, ଏକ ଡର୍ଜନରୁ ଅଧିକ ମୋବାଇଲ, ବହୁ ସଂଖ୍ୟାରେ ସିମ କାର୍ଡ, ଏଟିଏମ କାର୍ଡ, ଲାପଟପ ଓ ଅନ୍ୟାନ୍ୟ ଇଲୋକ୍ଟ୍ରୋନିକ୍ସ ଉପକରଣ ଜବତ କରିଛି ଏସଟିଏଫ । ଡେରାଡୁନର ଜଣେ ମହିଳାଙ୍କ ଅଭିଯୋଗ ଆଧରରେ ଇବ୍ରାହିମକୁ ପୁଲିସ ଗିିରଫ କରିଛି । ସେ ମହିଳାଙ୍କୁ ଏକ ବିଦେଶୀ ପ୍ରଜାତିର କୁକୁର ବିକିବାକୁ କହି ୬୬ ଲକ୍ଷର ଚୁନ ଲଗାଇ ଦେଇଥିଲା ।
previous post