ନୂଆଦିଲ୍ଲୀ: ଆଫଗାନକୁ ନିଜ କବଜାକୁ ନେବା ପରେ ତାଲିବାନୀଙ୍କ ଦ୍ୱାରା ଆଫଗାନ ସେନାରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ଏବେ ପାକିସ୍ତାନକୁ ଯୋଗା ଯାଉଛି । ଏହି ଅସ୍ତ୍ରଶସ୍ତ୍ର ଭିତରେ ବହୁ ପରିମାଣର ଆମେରିକୀୟ ଅସ୍ତ୍ରଶସ୍ତ୍ର ରହିଛି । ଏହି ଅସ୍ତ୍ରସବୁ ମଧ୍ୟରେ ମୁଖ୍ୟତଃ ଛୋଟ ଛୋଟ ଅସ୍ତ୍ର ରହିଛି । ଏହି ଅସ୍ତ୍ରକୁ ଆମେରିକା ପକ୍ଷରୁ ଆଫଗାନ ସେନାକୁ ଯୋଗା ଯାଇଥିଲା । ବିଗତ ୨୦ ବର୍ଷ ମଧ୍ୟରେ ଆମେରିକା ପ୍ରାୟ ୬.୫ ଲକ୍ଷ ଛୋଟ ଅସ୍ତ୍ର ଯେମିତି ଏମ-୧୬, ଏମ-୪ ରାଇଫଲ ଆଦି ଯୋଗାଇଥିଲା ।
ଆମେରିକୀୟ ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ ଦେବା ପଛରେ କିଛି ସୁରକ୍ଷା ବିଶେଷଜ୍ଞଙ୍କ ମତ ଏହାକୁ ଭାରତକୁ ରାସ୍ତା ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ପାକିସ୍ତାନରେ ଆଇଏସଆଇ ଆତଙ୍କୀଙ୍କ ଦ୍ୱାରା ବ୍ୟବହାର କରାଯିବ ହିଂସା ସୃଷ୍ଟି କରିବାକୁ । ଅନ୍ୟ କିଛି ବରିଷ୍ଠ ସେନା ଅଧିକାରୀଙ୍କ ଅନୁଯାୟୀ, ଭାରତରେ ଆତଙ୍କୀ ଗତିବିଧିକୁ ବଢାଇବା ପାଇଁ ସେହି ସବୁ ଅସ୍ତ୍ରଶସ୍ତ୍ରକୁ ପାକିସ୍ତାନକୁ ଯୋଗାଯାଉଛି । ତେବେ ଭାରତୀୟ ସେନା ସମସ୍ତ ପ୍ରକାରର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି ।
ଆଫଗାନିସ୍ଥାନକୁ କବଜା କରିବା ପରେ ତାଲିବାନ ସେଠାରୁ ଆମେରିକା ଦ୍ୱାରା ଦିଆଯାଇଥିବ।। ବହୁ ଯୋଗାଯୋଗ ସମ୍ବନ୍ଧୀୟ ଉପକରଣ ମଧ୍ୟ ହାତେଇ ନେଇଛି । ଏଥିସହ ବହୁ ସଂଖ୍ୟାରେ ବୁଲେଟ ପୁଫ ଉପକରଣ, ରାତ୍ରୀ ଦୃଶ୍ୟପାଇଁ ଗଗଲ୍ସ ମଧ୍ୟ ରହିଛି ।
previous post
