ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ହ୍ରାସ ପାଇବା ପରେ ଧିରେ ଧିରେ ଖୋଲୁଛି ସ୍କୁଲ । ତେବେ ସ୍କୁଳ ଖୋଲିବା ପରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳିଛି । ତେବେ ଏ ନେଇ ସମସ୍ତ ଶିକ୍ଷକଙ୍କୁ ଟୀକା ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଆଗକୁ ଗୁରୁ ଦିବସ । ତେବେ ଏହା ପୂର୍ବରୁ ଶିକ୍ଷକମାନଙ୍କୁ ପ୍ରଥମିକତା ଭାବରେ କୋରୋନା ଟୀକା ଦେବା ପାଇଁ ଆଜି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅନୁରାଧ କରିଛନ୍ତି ।
ଶିକ୍ଷକମାନଙ୍କ ଟୀକାକରଣ ପାଇଁ ସମସ୍ତ ରାଜ୍ୟଗୁଡିକୁ ଟୀକା ପ୍ରଦାନ ଯୋଜନାରେ ଅତିରିକ୍ତ ୨ କୋଟି ଟୀକା ଯୋଗାଇ ଦିଆଯାଉଛି । ତେଣୁ ସମସ୍ତ ରାଜ୍ୟର ସରକାରଙ୍କୁ ସେପ୍ଟେମ୍ବର ୫ ଅର୍ଥାତ ଗୁର ଦିବସ ପୂର୍ବରୁ ଟୀକା ଦେବା ପାଇଁ ଅଦୁରୋଧ କରୁଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସ୍କୁଲରେ ପାଠପଢ଼ାଉଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ପ୍ରୟାସ କରନ୍ତୁ ବୋଲି ସେ କହିଛନ୍ତି।
previous post
next post