ଅପରାଧଓଡିଶା

୧୫ ଲକ୍ଷ ଟଙ୍କାର ଧଳା ଜହର ଜବତ ! ଦୁଇ ଗିରଫ

(ଅଜିତ ସାହୁ / ଜଳେଶ୍ୱର) ; ପୁଣି ଜଳେଶ୍ବର ଅଞ୍ଚଳରରୁ ବ୍ରାଉନ ସୁଗାର ଜବତ। ଗୁଇନ୍ଦା ତଥ୍ୟ କୁ ଭିତ୍ତି କରି, ସକାଳ ୫ ଘଟିକା ସମୟରେ, ୬୦ ନମ୍ବର ଜାତିୟ ରାଜପଥର ଚାଲନ୍ତି ଛକ ନିକଟରେ ଅବକାରୀ ବିଭାଗର ଏକ ୧୦ ଜଣିଆ ଟିମ ପ୍ରସ୍ତୁତ ହୋଇ ରହିଥିଲା। ଏକ ନାଲି ଅମିନି ଭେନ ଉପରେ ସନ୍ଦେହ ହେବାରୁ, ଗାଡି କୁ ଅଟକ କରି, ଯାଞ୍ଚ କରିବାରୁ ୧୫୦ ଗ୍ରାମ ର ଧଳା ଜହର ସହିତ ଜଣେ ମହିଳା ଓ ଗାଡି ର ଡ୍ରାଇଭର କୁ ଗିରଫ କରି ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ତେବେ ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଗିରଫ ମହିଳା ଜଣକ ହେଉଛନ୍ତି ଯାଜପୁର ବିଂଝାରପୁର ଥାନା ଅଞ୍ଚଳର ନଗମା ବିବି ଓ ଗାଡି ଡ୍ରାଇଭର ଜଣକ ଯାଜପୁର ଥାନା ଅଞ୍ଚଳର ପ୍ରଫୁଲ ପାତ୍ର। ତେବେ ଜଲେଶ୍ୱର ଅଞ୍ଚଳରେ ପୋଲିସ ଓ ଅବକାରୀ,ଏସ୍ଟିଏଫ ଲଗାତାର ଚଢ଼ାଉ କରୁଥିଲେ ବି ବ୍ରାଉନସୁଗାର କାରବାର ଥମିବାର ନାଆଁ ନେଉ ନାହିଁ।

 

Related posts

ରାଜଧାନୀରେ ପୁଣି ଆତଙ୍କ

mahabharatanews

ଭାରସାମ୍ୟ ହରାଇ ଗଛରେ ପିଟିଲା ନାଇଟ୍ କୋଚ ବସ

mahabharatanews

ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews