ଓଡିଶା

ସେପ୍ଟେମ୍ବର ୩୦ ଯାଏ କଟକଣା ବୃଦ୍ଧି

ନୂଆଦିଲ୍ଲୀ: କରୋନା ସଂକ୍ରମଣ କିଛି ରାଜ୍ୟରେ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସାନି ଗାଇଡଲାଇନ ଜାରି କରାଯାଇଛି । ଆଗକୁ ପାର୍ବଣ ଥିବାରୁ ଦେଶରେ ଜାରି ରହିଥିବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ପାର୍ବଣ ପାଇଁ କୌଣସି ସ୍ଥାନରେ ଭିଡ଼ ନ କରିବା ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆ ଗାଇଡଲାଇନରେ କେନ୍ଦ୍ର ସରକାର ପୁରୁଣା କଥା ଦୋହରାଇଛନ୍ତି। ରାଜ୍ୟ ସରକାରମାନେ ସବୁବେଳେ କରୋନା ସଂକ୍ରମଣକୁ ରୋକିବା ପାଇଁ ୫ ସୂତ୍ରୀ ମନ୍ତ୍ର ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ଉପରେ ଫୋକସ କରିବାକୁ କୁହାଯାଇଛି । ତେଣୁ ଆଗକୁ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ସାନିଟାଇଜରର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ରାଜ୍ୟ ସରକାର ଏହାପରେ ଗୁରୁତ୍ୱ ଦେଇ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଗାଇଡଲାଇନରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଗୁଡ଼ିକୁ ପାର୍ବଣରେ ଭିଡ଼ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ କଟକଣା ଲାଗୁ କରିପାରିବେ।

 

Related posts

ଭୀମକୁଣ୍ଡ ସ୍ବତୀଘାଟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

mahabharatanews

ବରଗଡ଼ ସହରର ସଙ୍ଗରୋଧ କେନ୍ଦ୍ରର ଅବ୍ୟବସ୍ଥା

mahabharatanews

ଇସ୍ତଫା ଦେଲେ ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ

mahabharatanews