ଓଡିଶା

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

ଭୂବନେଶ୍ୱର(ରିପୋର୍ଟସ ଟୁଡେ) ମୁଖ୍ୟ ଆୟକର କମିଶନର ଭାବେ ପଦୋନ୍ନୋତି ପାଇଲେ ୪ ଜଣ ଓଡିଆ ଅଫିସର । ସେମାନେ ହେଲେ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀ ବିଜୟାନନ୍ଦ ପୃଷେଠ , ଶ୍ରୀ ଦେବେନ୍ଦ୍ର ନାରାୟଣ କର ଏବଂ ଶ୍ରୀ ସୀମାଚଳ ଦାଶ । ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ବର୍ତ୍ତମାନ କଟକରେ ପ୍ରଧାନ ଆୟକର କମିଶନର ଭାବରେ ଅବସ୍ଥାପିତ । ଶ୍ରୀ ପାଣିଗ୍ରାହୀ ଆୟକର ବିଭାଗର ପ୍ରାୟ ସମସ୍ତ କ୍ଷେତ୍ରରେ ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଓଡିଶା ସରକାରଙ୍କର ସଂସ୍କୃତି , ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ଥିଲେ । ତାଙ୍କର ପାଞ୍ଚବର୍ଷ ଅବଧି ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଏକା ସମୟରେ ଚାରି ଓଡିଶାର ଅଧିକାରୀ ଆୟକର ବିଭାଗର ଉଚ୍ଚ ଆସନକୁ ଯିବା ନିଶ୍ଚିତ ଭାବରେ ରାଜ୍ୟ ପାଇଁ ଖୁସିର ଖବର ।

Related posts

ଆଜିଠୁ ବଦଳିବ ଏହି ନିୟମ

mahabharatanews

ବଜ୍ରପାତରେ ଜନିତ ଶିଶୁ ସହ ଦମ୍ପତି ଆହତ

mahabharatanews

ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟି

mahabharatanews