ଓଡିଶାରାଜନୀତି

କଂଗ୍ରେସ ନେତା ତାରା ପ୍ରସାଦ ଅସୁସ୍ଥ

(ଭୁବନେଶ୍ୱର) ; ପୁଣି ଅସୁସ୍ଥ ହେଲେ ତାରା । ବିଧାନ ସଭା ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଲେ କଂଗ୍ରେସ ବିଦାୟକ ତାରା ପ୍ରସାଦ ବାହିନିପତି । ଏହା ପୂର୍ପରୁ ତାରା ବାହିନୀପତି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବଂ ସେ ଭୁବନେଶ୍ୱରରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁଯାଇଥିଲେ । ମାତ୍ର ସେ ଘରେ ପହଞ୍ଚିବା ପରେ ମଧୁମେହ ଓ କରୋନା ପରବର୍ତ୍ତୀ ଜଟିଳତା ଯୋଗୁ ପୁଣି ଥରେ ଅସୁସ୍ଥ ହୋଇପଡ଼ିଥିଲେ। ସେ ସିକନ୍ଦରାବାଦସ୍ଥିତ କିମ୍ସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ଚିକିତ୍ସା ହେବା ପରେ ତାରା ଘରକୁ ଫେରିଥିଲେ। ତେବେ ଆଜି ହଠାତ ବିଦାନ ସଭା ଗୃହରେ ତାରାଙ୍କ ଦେହ ଅସୁସ୍ଥ ହୋଇପଡିଲା । ବାଚସ୍ପତିଙ୍କ ପୋଡିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରିବା ବେଳେ ଅସୁସ୍ଥ ହୋଇଯାଇଥିଲେ ତ।।ର । ସହଯୋଗୀମାନେ ତାଙ୍କୁ ଉଠାଇ ଥିଲେ ଏବଂ ସଚିବାଳୟ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିଥିଲେ। ପରେ ତାଙ୍କୁ ଘରେ ଛାଡ଼ି ଦିଆଯାଇବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

Related posts

ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

mahabharatanews

ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସମ୍ବର୍ଧନା ସଭା ଅନୁଷ୍ଠିତ

mahabharatanews

ଆସନ୍ତା ୧୩ ତାରିଖ ଠାରୁ ଶନିବାର ଓ ରବିବାର ଦିନ ବିନା ବିରତିରେ ଖୋଲା ରହିବ ବିଡିଏ ଅଧୀନ ସମସ୍ତ ପାର୍କ

mahabharatanews