ରାଜନୀତି

କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନକରିବାରୁ ହୋହଲ୍ଲା

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ । ବିଧାନସଭାରେ ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ କରିଛନ୍ତି ବିରୋଧୀ । ଖଣି ଦୁର୍ନୀତି ସଂକ୍ରାନ୍ତରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ପରେ ବିରୋଧୀ ଦଳର ସଦସ୍ୟମାନେ ଏଭଳି କରିଥିବା ଜଣାପଡିଛି । ଦିନ ୧୧ଟା ୩୦ ଯାଏଁ ଗୃହକାର୍ୟ୍ୟ ମୁଲତବୀ ରଖିଲେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ଯେ ପର୍ୟ୍ୟନ୍ତ ମୁଲତବୀ ପ୍ରସ୍ତାଵକୁ ସମ୍ମତି ପ୍ରଦାନ ନ କରିଛନ୍ତି ସେ ପର୍ୟ୍ୟନ୍ତ ଆମେ ଘେରାଉ କରିବୁ ବୋଲି କହିଛନ୍ତି ବିରୋଧୀ ଦଳ । ଚାମ୍ବର ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘେରାଉ କରି ରଖିଛନ୍ତି। ଏହାପରେ ବାଚସ୍ପତି ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଗୃହକୁ ମୁଳତବୀ ରଖିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା। ସରକାର ଖଣି ଦୁର୍ନୀତି ଆଲୋଚନା ଡରୁଛନ୍ତି। ସେଥିପାଇଁ ଆଲୋଚନାରୁ ଦୂରେଇ ରହୁଛନ୍ତି ସରକାରୀ ଦଳ। ତେବେ ବାଚସ୍ପତି ଏହାକୁ ସାଂପ୍ରତିକ ପ୍ରସଙ୍ଗ ନୁହେଁ ଦର୍ଶାଇ ନୋଟିସ ଅଗ୍ରାହ୍ୟ କରିଥିଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।

Related posts

‘ହେଟ୍ ସ୍ପିଚ୍’ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷମୁକ୍ତ

mahabharatanews

ନବୀନଙ୍କୁ ଗିରଫ କରିବାକୁ ଦାବି କଲେ ମନ୍ତ୍ରୀ

mahabharatanews

ପଶ୍ଚିମ ବଙ୍ଗରେ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ରେ ଉପନିର୍ବାଚନ

mahabharatanews