ଓଡିଶା

ବରିଷ୍ଠ ନାଗରିକଙ୍କ ପାଇଁ ଓଡିଶା ହାଇକୋର୍ଟଙ୍କ ଐତିହାସିକ ରାୟ

କଟକ: ବୃଦ୍ଧ ପିତା ମାତାଙ୍କୁ ନିର୍ଯାତନା ଦେଉଥିବା ସନ୍ତାନଙ୍କୁ ସେମାନଙ୍କ ଘରେ ରହିବାର ଅଧିକାର ନାହିଁ ଏପରି ଏକ ଐତିହାସିକ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏକ ମାମଲାର ଶୁଣାଣି ଅବସରରେ କୋର୍ଟ ଏହି ରାୟ ଦେଇଛନ୍ତି ।
ଭୁବନେଶ୍ୱର ଗଣ୍ଡମୁଣ୍ଡାର ଜଣେ ବ୍ୟକ୍ତି ୨୩୯୫ ସ୍କୋୟାର ଫୁଟର ଏକ ୨ ମହଲା ଘର କରିଥିଲେ । ବ୍ୟକ୍ତିଙ୍କର ଦୁଇ ପୁଅ ଓ ବୋହୂ ସେମାନଙ୍କ ସହ ରହୁଥିଲେ । କିନ୍ତୁ ସାନ ପୁଅ ଓ ବୋହୂ ବୁଢାବୁଢୀଙ୍କୁ ନାନା ନିର୍ଯାତନା ଦେଇ ଆସୁଥିଲେ । ଘରକୁ ପୁଅ ବୋହୂଙ୍କ ନାମରେ କରିବାକୁ ଚାପ ପକାଇଆସୁଥିଲେ । ଏହାକୁ ନେଇ ଥାନାରେ ଏକ ମାମଲା ହୋଇଥିଲା । କିନ୍ତୁ ପୁଲିସର ନିସ୍କ୍ରୀୟତା ପାଇଁ ବୃଦ୍ଧ ବାପା ମା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ସାନ ପୁଅ ଓ ବୋହୂଙ୍କୁ ୩ ସପ୍ତାହ ମଧ୍ୟରେ ଘର ଛ।।ଡିବାକୁ ଆଦେଶ ଦେଇଛନ୍ତି ।

 

Related posts

ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ

mahabharatanews

ପୁଣି ସାମ୍ନାକୁ ଆସିଲା କୋଭିଡ ନିୟମ ଉଲଘଂନର ସାଂଘାତିକ ଚିତ୍ର

mahabharatanews

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

mahabharatanews