Uncategorized

କୋଭିଡ-୧୯ ସ୍ଥିତି ଓ ଟୀକାକରଣ ଉପରେ ପିଏମଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶରେ କୋଭିଡ-୧୯ ସ୍ଥିତି ଓ ଟୀକାକରଣ ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ପିଏମଓ ଅଫିସ ଅନୁଯାୟୀ, ମହାମାରୀ କରୋନା କାଳରେ ଦେଶର ବର୍ତ୍ତମାନ ସ୍ଥିତି ଓ ଟୀକାକରଣ ଅଭିଯାନ ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟସଚିବ ରାଜେଶ ଭୁଷଣ କହିଥିଲେ, ଏବେ ବି ଦେଶ କୋଭିଡ-୧୯ର ଦ୍ୱିତୀୟ ଲହରରୁ ମୁକୁଳି ପାରି ନାହିଁ । ସେ ଆହୁରି କହିଥିଲେ, ୩୫ ଜିଲ୍ଲାରେ ସାପ୍ତାହିକ କୋଭିଡ ପଜିଟିଭ ରେଟ ୧୦% ରହିଛି, ଯେତେବେଳେ କି ୩୦ ଜିଲ୍ଲାରେ ଏହା ୫-୧୦ % ମଧ୍ୟରେ ରହୁଛି ।
ସ୍ୱାସ୍ଥ୍ୟ ମନ୍ତ୍ରୀଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୩୪,୯୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବ।। ବେଳେ ୩୭,୨୦୦ ସୁସ୍ଥ ହୋଇଛନ୍ତି ଓ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ ସର୍ବାଧିକ ୧୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬,୨୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଦେଶବ୍ୟାପୀ ୭୨.୩୭ କୋଟି ଲୋକଙ୍କ ଟୀକାକରଣ ଶେଷ ହୋଇଛି

Related posts

ଏହିସବୁ କ୍ରିଷ୍ଟଲ ଦୂର କରିଥାଏ ଆପଣଙ୍କ ଜୀବନରୁ ଛୋଟ-ଛୋଟ ସମସ୍ୟା

mahabharatanews

କପିଲଙ୍କ ପରେ ଆପ ନେତାଙ୍କ ସିଏଏକୁ ସମର୍ଥନ

mahabharatanews

ମୁମ୍ବାଇ ବିପିସିଏଲ ପ୍ଲାଣ୍ଟରେ ନିଆଁ

mahabharatanews