ଅପରାଧଓଡିଶା

ରାଜଧାନୀରେ ଆତଙ୍କ

(ଭୁବନରଶ୍ୱର) ; ରାଜଧାନୀ ରାଜରାସ୍ତାରେ ପୁଣି ଆତଙ୍କ । ରାସ୍ତାରେ ଚାଲି ଚାଲି ଯାଉଥିବା ୩ ଜଣ ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ । ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ରାତିରେ ସାଳିଆ ସାହିର ସନ୍ତୋଷ, ଟିକି ଓ ସୁରେଶ ଚାଲି ଚାଲି ଯାଉଥିଲେ ।ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ଜଭିଆର ଛକରେ ପଛରୁ ଏକ ବାଇକରେ ତିନି ଯୁବକ ଆସି ଏହି ଯୁବକ ମାନଙ୍କୁ ସାଇଡ ମାରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏହାପରେ ସେଠାରେ ଏକ ନାଲି କାରରେ କିଛି ଯୁବକ ପହଂଚି ହକି ଷ୍ଟିକ ମାଡ ମାରି ୩ଜଣଙ୍କୁ ନିର୍ଦ୍ଦୁମ ପିଟିଥିଲେ । ତେବେ ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚିବା ବେଳକୁ ଉତପାତ କରୁଥିବା ଯୁବକମାନେ ସେଠାରୁ ଫେରାର ହୋଇଯାଇଥିଲେ । କିନ୍ତୁ ସେମାନେ ଛାଡିଯାଇଥିବା ଏକ ବାଇକକୁ ଜବତ କରିଛି ପୋଲିସ । ଗୁରୁତର ଅବସ୍ଥାରେ ତିନି ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପାଳନ କଲା ୭୭ ତମ ସାଧାରଣତନ୍ତ୍ର ଦିବସ

mahabharatanews

ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁରରେ ଗଡ଼ିଲା କୃଷକ ସଚେତନତା ରଥ

mahabharatanews

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

mahabharatanews