ଅପରାଧଓଡିଶା

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

(ରେଢାଖୋଲ) ; ପୁଅକୁ ଗୋଡେଇ ଗୋଡେଇ ହାଣିଲା ପୁଅ । ବାପା ପୁଅ ସମ୍ପର୍କ କୁ ଥରେ ଚିନ୍ତା କଲାନି ପୁଅ । ନିଶା ସକ୍ତ ପୁଅ ବାପାକୁ ହାଣି ହତ୍ୟା କରିଛି । ଏଭଳି ଏକ ଅକଥନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରେଢାଖୋଲ ଥାନା ବୁର୍ଡା ପଞ୍ଚାୟତ ଆମ୍ବଝୁରୀ ଗାଁର ମିର୍ଦ୍ଧା ସାହିରେ । ପଶ୍ଚିମ ଓଡିଶା ପାଳୁଛି ନୁଆଖାଇ । ସବୁଆଡେ ଉତ୍ସବମୁଖର । ଗାଁରୁ ସହର ସବୁଆଡେ ନୁଆଖାଇର ମାହୋଲ ଥିବା ବେଳେ ଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତ ଆମ୍ଵଝୁରୀ ଗାଁରେବ ଘଟିଯାଇଛି ଏକ ଅଘଟଣ । ଗାଁ ମଝିରେ ଗଡିଲା ମୁଣ୍ଡ । ସୂଚନା ଅନୁଯାୟୀ ରେଢ଼ାଖୋଲ ଥାନା ବୁର୍ଡା ପଞ୍ଚାୟତ ଆମ୍ଵଝୁରୀ ଗାଁର ମିର୍ଦ୍ଧା ସାହିର ଶୁକୁରୁ ମିର୍ଦ୍ଧା , ବୟସ ୫୫ ବର୍ଷ , ତାଙ୍କ ସାନ ପୁଅ ଟଙ୍କଧର ମିର୍ଦ୍ଧା(୨୦)ଙ୍କ ପାଖରେ ରହୁଥିଲା । ତେବେ ବାପ ପୁଅଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଆଉ ଏହା ପରବର୍ତ୍ତୀ ସମୟରେ ନେଲା ଭୟଙ୍କର ରୂପ । ଯାହାର ଫଳସ୍ୱରୁପ ପୁଅ ଟାଙ୍ଗିଆ ଧରି ଗୋଡାଇଥିଲା ବାପାକୁ । ଆଉ ଶୁକୁରୁ ପୁଅର ଏହି ରୂପ ଦେଖି ନିଜ ଜୀବନ ବିକଳରେ ଶୁକୁରୁ ଗାଁ ଦାଣ୍ଡରେ ଦୌଡ଼ୁ ଥାଆନ୍ତି। କିନ୍ତୁ କ୍ଷଣକ ଭିତରେ ବାପା ଶୁକୁରୁଙ୍କ ବେକରେ ଚୋଟ ପକାଇଥିଲା ପୁଅ ଟଙ୍କଧର। ରକ୍ତାକ୍ତ ଅବସ୍ଥାରେ ଧାଇଁ ଥାଆନ୍ତି ଶୁକୁରୁ। ହେଲେ ଏତେ ନିର୍ଦ୍ଦୟ ଟଙ୍କଧର। ତାଙ୍କ ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଅତି ବିଭତ୍ସ ଭାବେ ଟଙ୍କଧର ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣା ସ୍ଥଳରେ ଶୁକୁରୁଙ୍କ ମୃତ୍ୟୁ ଘଟିଥିଲା।ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଟଙ୍କଧରକୁ ଅଟକ ରଖି ପଚରାଉଚରା କରୁଛି।

 

Related posts

ଶ୍ରୀମନ୍ଦିର ଭିତର ଫୋଟୋ ଭାଇରାଲ: ଥାନାରେ ଏତଲା

mahabharatanews

ଛତିଶଗଡ଼ ଓ ରାଜସ୍ଥାନ ପରେ ଓଡିଶା ସରକାର ପୁରୁଣା ପେନସନ୍ ଯୋଜନା ଘୋଷଣା କରନ୍ତୁ

mahabharatanews

ବିନା ଡାକ୍ତରରେ ଚାଲିଛି ଆରଡି ସ୍ୱାସ୍ଥ୍ୟକେନ୍ଦ୍ର

mahabharatanews