ଓଡିଶା

ଲଗାଣ ବର୍ଷାରେ ବେହାଲ ସୂର୍ଯ୍ୟ ମନ୍ଦିର

(ଗୋପ / ଜୟନ୍ତ କୁମାର ସେଠୀ) ; କୋଣାର୍କ ସୂର୍ୟ୍ୟ ମନ୍ଦିରରେ ଲହରୀ ଭାଙ୍ଗୁଛି ବର୍ଷା ଜଳ, ଲଘୁଚାପଜନିତ ବର୍ଷା ରେ ବେହାଲ କୋଣାର୍କ ସୂର୍ୟ୍ୟ ମନ୍ଦିର । ଲଗାଣ ବର୍ଷା ଯୋଁଗୁ କୋଣାର୍କ ମନ୍ଦିର ପରିସରରେ ପାଣି ଜମି ରହିଥିବା ବେଳେ କୋଣାର୍କ କୁ ବୁଲିବାକୁ ଆସିଥିବା ପର୍ୟ୍ୟଟକ ମାନେ ନାହି ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଆଣ୍ଠୁଏ ଉଚ୍ଚର ପାଣିରେ ପର୍ୟ୍ୟଟକ ମାନେ ହାତରେ ଛତା ଧରି ବୁଲିବାର ଦେଖିବା କୁ ମିଳିଥିବା ବେଳେ ଏଭଳି ପରିସ୍ଥିତି କୁ ଦେଖି ଅସନ୍ତୋଷ ଜାହିର କରିଛନ୍ତି। କୋଣାର୍କ ମନ୍ଦିର ପରିସର ରୁ ବର୍ଷା ପାଣି ନିଷ୍କାସନ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଡ୍ରେନଜ କରାଯାଇ ଥିବା ବେଳେ ଏଭଳି ସମସ୍ୟା ସମାଧାନ ହୋଇପାରୁନାହିଁ। ସେପଟେ ଏଭଳି ଘଟଣା ବାରମ୍ବାର ହେଉଥିବା ବେଳେ ଏହାର ସମାଧାନ ଦିଗରେ ପ୍ରଶାସନର ତତ୍ପରତା ନ ଥିବାରୁ ଏହା ପର୍ୟ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଇବା ର ଆଶଙ୍କା କରିଛନ୍ତି ସ୍ଥାନୀୟ ଜନସାଧାରଣ । ସେପଟେ କୋଣାର୍କ ମନ୍ଦିର ପରିସରରେ ପାଣି ଜମି ରହିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ୟ୍ୟଟକ।।

 

Related posts

ଗୁଣିଗାରେଡି ଓ ଡାହାଣୀ ପରି ଧର୍ତ୍ତବ୍ୟ ଅପରାଧର ଦମନ କରାଯିବା ଉଚିତ: ହାଇକୋର୍ଟ

mahabharatanews

ଆଜି ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି

mahabharatanews

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଡେଙ୍ଗୁ

mahabharatanews