ଅପରାଧ

ଧରା ପଡିଲା IPL ବେଟିଂ

ଝାରସୁଗୁଡା: ଠାବ ହେଲା ଆଇପିଏଲ ବେଟିଂ ରାକେଟ । ଆଇପିଏଲ ବେଟିଂରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଜବତ କରିଛି ଲକ୍ଷ ଲକ୍ଷ ଟଙ୍କା । କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ ଏହି ରାକେଟର ଲିଙ୍କ ଥିବା ଜଣା ପଡିଛି ।


ଝାରସୁଗୁଡା ସହର ଗୋଶାଳା ଛକ ନିକଟରେ ଆଇପିଏଲ ମ୍ୟାଚକୁ ନେଇ ବେଟିଂ କରାଯାଉଥିବା ସୂଚନା ପାଇଥିଲା ପୋଲିସ । ଖବର ପାଇବା ପରେ ଗୋଶାଳା ଛକର ଏକ କୋଠରୀରେ ଟାଉନ ପୋଲିସ ଚଢାଉ କରିଛି । ଏହି ଚଢାଉରେ ପୋଲିସ ଏକ ଆଇପିଏଲ ରାକେଟ ଠାବ କରି ଦୁଇ ଜଣଙ୍କୁ ଗିରଫ କରିଛି । ଏହା ସହିତ ଘଟଣାସ୍ଥଳରୁ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।


ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଉଛନ୍ତି ହରିଶ ସାହୁ ଏବଂ ଅକିଲ ଆଜିଜ ମୋତିବାଲା । ତେବେ ପୋଲିସ ସୂଚନା ଅନୁଯାୟୀ ଏହି ମାମଲାରେ ଆଉ ଦୁଇ ଜଣ ଜଡିତ ଅଛନ୍ତି । ଉଭୟ ସମ୍ବଲପୁର ଏବଂ କୋଲକାତାରେ ଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

Related posts

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଭଦ୍ରକରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍

mahabharatanews

ମୁଣ୍ଡବିହୀନ ମୃତଦେହ: ପୁଲିସକୁ ମିଳିଛି ସଫଳତା

mahabharatanews

ଭିଜିଲାନ୍ସ ପଞ୍ଝାରେ  କୃଷି ଅଧିକାରୀ; ପ୍ରଶୟ କୁମାର ମନ୍ତ୍ରୀ

mahabharatanews