ଭାରତ

୫ ସହର ପାଇଁ କୋଇଲା ହୋଇଛି କାଳ

ନୂଆଦିଲ୍ଲୀ: ଭାରତ ପାଇଁ ସତର୍କ ଘଣ୍ଟି । ଘାତକ ହେବ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ ୟୁନିଟି । ଭାରତରେ ବାୟୁ ପ୍ରଦୂଷଣ ଉଦ୍ବେଗଜନକ ସ୍ଥିତିରେ ରହିଥିବା ବେଳେ ଆଗାକୁ ଏହା ମୃତ୍ୟୁ ରୂପରେ ଆସିବ । ଏହି ଧୂଆରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେବ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇରେ ବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ଯାତ୍ରାକୁ କୋଇଲା ଧୂଆଁର ସାଂଘାତିକ୍ ପ୍ରଭାବ କରିବ ବୋଲି କୁହାଯାଇଛି ।
କୋଲ ଫ୍ରି ସିଟିଜ୍: ଦ ହେଲ୍ଥ ଆଣ୍ଡ ଇକୋନୋମିକ କେସ ଫର ଏ କ୍ଲିନ ଏନର୍ଜୀ ରିଭୋଲୁସନ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଗକୁ ସତର୍କ ରହିବା ପାଇଁ ଏଥିରେ କୁହାଯାଇଛି । ତେବେ ୪୦ଟି ସହରକୁ ନେଇ ସଂସ୍ଥା ପକ୍ଷରୁ ଗବେଷଣା କରାଯାଇଥିଲା । ଏହି ସବୁ ସହର ମଧ୍ୟରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇର ସ୍ଥିତି ଉଦ୍‌ବେଗଜନକ ଥିବା ଦର୍ଶାଯାଇଛି । ସେହି ସହରରେ ୩୧,୩୦୦ ଅସ୍ୱାଭାବିକ ଜନ୍ମ, ୪୬,୮୦୦ ଜଣ ଆଜମାରେ ପୀଡିତ ଓ ୫୨,୭୦୦ଅକାଳ ମୃତ୍ୟୁ ହୋଇଥିôା ଜଣାପଡିଛି ।
ସେହିପରି ଆଗାମୀ ୧୦ ବର୍ଷ ମଧ୍ୟରେ ୨୮.୮ ମିଲିଅନ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବ। କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ବାୟୁ ପ୍ରଦୂଷଣ ଦୀର୍ଘ ପ୍ରସାରୀ ବୋଲି କୁହାଯାଇଛି। ଏମିତିକି କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ନିର୍ଗତ ଧୂଆଁ ୫୦୦ କିମି ପର୍ୟ୍ୟନ୍ତ ବ୍ୟାପୀବା ସମ୍ଭାବନା ରହିଛି । ବିଶେଷ କରି ଯୁବକ, ବୃଦ୍ଧ ଏବଂ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି କୋଇଲା ଧୂଆଁରେ। ତେଣୁ ଉକ୍ତ ୟୁନିଟ ଗୁଡ଼ିକରେ ଏୟାର କ୍ୱାଲିଟି ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଯଦି କୋଇଲା ସମ୍ବନ୍ଧୀୟ ୟୁନିଟ୍ ଗୁଡ଼ିକର ସମ୍ପ୍ରସାରଣ ହୁଏ ତେବେ ଏକ ଦଶନ୍ଧି ମଧ୍ୟରେ, କୋଇଲା ପ୍ରଦୂଷଣ ସହିତ ସ୍ୱାସ୍ଥ୍ୟଜନିତ ଆର୍ଥିକ କ୍ଷତି ୪୬.୫ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

 

Related posts

ପାକିସ୍ତାନରେ ଟମାଟୋ ଦର ୫ ଶହ ପିଆଜ ଦର ୪ ଶହ

mahabharatanews

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

mahabharatanews

ଏକକ ନିର୍ବାଚନ ନେଇ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ

mahabharatanews