ଓଡିଶା

ମା’ ସୁରେଶ୍ବରୀଙ୍କ ଧବଳମୁଖୀ ବେଶ

ସୁବର୍ଣ୍ଣପୁର/ଓମପ୍ରକାଶ ମିଶ୍ର: ପବିତ୍ର ମହାଳୟା ଅମାବାସ୍ୟା ତିଥିରେ ପରମ୍ପରା ଅନୁଯାୟୀ ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା’ସୁରେଶ୍ଵରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବର୍ଷକରେ ଥରେ ମାତ୍ର ମା’ଙ୍କ ଏହି ଦୁର୍ଲଭ ବେଶ ହେଉଥିବାରୁ ଏହାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ହୋଇଥିଲା। ଜିଲ୍ଲା ଦେବୋତ୍ତର ବିଭାଗ ଓ ସୁରେଶ୍ଵରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବାର ବ୍ୟବସ୍ଥା କରାଯାଇଥିଲା। ସକାଳୁ କିଛି ନିର୍ଦିଷ୍ଟ ସେବାୟତ ଓ ପୂଜକଙ୍କ ଦ୍ବାରା ମା’ଙ୍କ ପୂଜାର୍ଚ୍ଚନା କରାଯାଇ ଶୁଭ୍ର ବେଶରେ ମା’ଙ୍କୁ ସଜ୍ଜିତ କରିଥିଲେ ।
ସେହିପରି ବିଶ୍ୱପ୍ରସିଦ୍ଧ ବଳିଯାତ୍ରାର ଆଦ୍ୟ ପର୍ବ ଅମାବାସ୍ୟା ତିଥିରୁ ଆରମ୍ଭ ହେବା ସହ ଯାତ୍ରାର ପ୍ରମୁଖ ଦେବୀ ମା’ବାଉତୀଙ୍କ ଛତ୍ରକୁ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ପରେ ଗତସନ୍ଧ୍ୟାରେ ସୁରେଶ୍ଵରୀ ମନ୍ଦିରରୁ ବାହାରି ସମଲେଶ୍ବରୀ ମନ୍ଦିରକୁ ବିଜେ କରାଯାଇଥିଲା ବଳିଯାତ୍ରାର ଏହି ନୀତିକାନ୍ତିରେ କେବଳ ଜିଲ୍ଲା ଦେବୋତ୍ତର ଉପଦେଷ୍ଟା କମିଟି ସଦସ୍ୟ, ବଳିଯାତ୍ରା କମିଟି ସଦସ୍ୟ, ଭୁଲିଆ ସେବାୟତ, ଚାରଘରିଆ ସେବାୟତଙ୍କ ସହ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ନିହାର ରଞ୍ଜନ କଅଁର, ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠନାଥ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

 

Related posts

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବାପି ସର୍ଖେଲ

mahabharatanews

ଏହି ଜିଲ୍ଲାରେ ଖୋଲିଲା ମଠ ମନ୍ଦିର

mahabharatanews

ନୟାଗଡ଼ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ

mahabharatanews