ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବଡ଼ଭଇଁରେ ଠାରେ ମା’ କନ୍ଧନବୁଢ଼ୀ ଭଇଁରୋପୀଠ ଯାତ୍ରା ଉପଲକ୍ଷେ ଏକ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଡ଼ଭଇଁରୋ ଡ଼ିଆଇସିସି କ୍ଲବ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାରେ ଫାଇନାଲ୍ ମ୍ୟାଚ କଣ୍ଟାମାଳ ଓ ଥାଳବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି କଣ୍ଟାମାଳ ଦଳ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୫୬ ରନ ସଂଗ୍ରହ କରିଥିଲେ । ଜବାବରେ ଥାଳବନ୍ଧ ଦଳ ୭ ଓଭରରେ ୫୭ ରନ ସଂଗ୍ରହ କରି ଚମ୍ପିଆନ ହୋଇଥିଲା ।
ପ୍ରାରମ୍ଭରେ ବଡ଼ଭଇଁରୋ ସରପଞ୍ଚ ଲୋକନାଥ ଦଳବେହେରା ମୁଖ୍ୟ ଅତିଥି ଭାବରେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଉଦଯାପନୀ ଉତ୍ସବରେ ଝାରତରଭା ପଞ୍ଚାୟତ ସମିତିସଭ୍ୟ ସଞ୍ଜୀବ ନାଏକ ମୁଖ୍ୟ ଅତିଥି, ଅମରସିଂ ଦଳବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳର ଖେଳାଳିଙ୍କୁ ଯୋଗଦେଇ ପୁରସ୍କୃତ କରିଥିଲେ । ମିଥୁନ, ମନୋଜ ମନହୀରା, ଶେଷ, ନାରାୟଣ, ଅରବିନ୍ଦ, ପ୍ରମୋଦ, ରମେଶ, ବବଲୁ, ମିଲନ ବିଦେଶୀ, ରୋହନ, ହାରାଧନ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଭୋଳାନାଥ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ।