ଓଡିଶା

ସମର୍ପିତ ପକ୍ଷରୁ ନିଆରା ଦୀପାବଳୀ କାର୍ଯ୍ୟକ୍ରମ: ବାଣ ନୁହେଁ ଫୁଟିଲା ହସ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବିଗତ ପାଞ୍ଚ ବର୍ଷ ଧରି ବାଣ ନୁହେଁ ହସ ଫୁଟେଇବା କାର୍ଯ୍ୟକ୍ରମ ପାଳନ କରାଯାଇ ଆସୁଛି।
ଏଇ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ ଗବେଷଣା କେନ୍ଦ୍ର ରେ ଥିବା ଶିଶୁ ରୋଗୀ ମାନଙ୍କ ମଧ୍ୟରେ ଶୀତ ପାଇଁ ଉଲ ଟୋପି, ଗ୍ଲୁକୋଜ, ଶୁଖିଲା ଖାଦ୍ୟ ଓ ମାସ୍କ ବିତରଣ କରି ଓ ମୋହିନୀ ପ୍ରମିଳା ଜରା ନିବାସ ରେ ଥିବା ଜେଜେ ଜେଜେମା ମାନଙ୍କର ଡି ଏଲ ଏସ ଡେଣ୍ଟଲ ହସ୍ପିଟାଲ ଓ ଊକ୍ସ ଜରବୟୟଚ୍ଚ ସହଯୋଗ ରେ ଦାନ୍ତ ପରୀକ୍ଷା ଓ ଦୀପାବଳୀ ପାଳନ ପାଇଁ ଦୀପ ଇତ୍ୟାଦି ବଣ୍ଟନ କରି ଓ ବସ୍ତି ଅଞ୍ଚଳରେ କୁନି କୁନି ଶିଶୁଙ୍କ ମଧ୍ୟରେ ଦୀପ, ମିଷ୍ଟାନ୍ନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରି ପାଳନ କରାଯାଇଛି।ସମାଜସେବୀ ତଥା ରେଳବାଇ ପୋଲିସ ରେ କାର୍ୟରତ ଶ୍ରୀମତୀ ସଂଧ୍ୟାରଣୀ ଙ୍କ ଦ୍ଵାରା ନିଜ ହାତ ବୁଣା ଉଲ ଟୋପି କ୍ୟାନ୍ସର ଶିଶୁ ରୋଗୀ ଙ୍କୁ ବିତରଣ କରଯାଇଥିଲା।
ଏହି କାର୍ଯ୍ୟକ୍ରମ ମାନଙ୍କ ରେ କମିଶନରେଟ ପୋଲିସ ର ସହକାରୀ କମିଶନର ଶ୍ରୀ ଲଳିତେନ୍ଦୁ ମହାନ୍ତି, ଛାତ୍ର ନେତା ତଥା ସମାଜସେବୀ ପ୍ରକାଶ ତ୍ରିପାଠୀ, କଟକର ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ,ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ର ହିମାଂଶୁ ଦାସ, ପୁଷ୍ପିତା ମହାପାତ୍ର ,ଗୀତାଞ୍ଜଳି ବେହୁରା,ଡି ଏଲ ଏସ ହସ୍ପିଟାଲ ର କର୍ମକର୍ତା ,ଡା. ଦିବ୍ୟ ଲୋଚନ ସ୍ୱାଇଁ ଓ ଡାକ୍ତର ରେଡ୍ଡୀର କର୍ମକର୍ତା ଙ୍କ ସହ ସମର୍ପିତ ର ଗଣମାଧ୍ୟମ ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ସମ୍ପାଦକ ସାର୍ଥକ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Related posts

କଳାହାଣ୍ଡିବାସୀଙ୍କୁ ୧୨୦୦କୋଟି ଟଙ୍କାର ଭେଟି

mahabharatanews

୪୦ଲିଟର ଆସ୍କା ଫର୍ଟି ସହ ୨ସ୍କୁଟି,୧୭ ହଜାର ଟଙ୍କା ଜବତ

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୪୩୦କୁ ବୃଦ୍ଧି

mahabharatanews