ଓଡିଶା

ସିଲଭର ସିଟିରେ ଉତ୍କଳକେଶରୀଙ୍କ ୧୨୨ ତମ ଜନ୍ମ ଜୟନ୍ତୀ ପାଳିତ

କଟକ/ ଜଗନ୍ନାଥ ମହାନ୍ତି: ସିଲଭର ସିଟିରେ ପାଳିତ ହେଲା ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୨ ତମ ଜନ୍ମ ଜୟନ୍ତୀ । କଟକ ପ୍ରେସ ଛକ ନିକଟରେ ଥିବା ଏହି ମହାନ ପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରାଯାଇଛି। ସେ ତାଙ୍କ ଜୀବ ଦଶା ମଧ୍ୟରେ ଓଡ଼ିଶା ପ୍ରତି ତାଙ୍କ ଅବଦାନ ସର୍ବଦା ଅପୂରଣୀୟ। କଟକ ମାଟି ତାଙ୍କୁ ଜନ୍ମ ଦେଇ ଅର୍ଜନ କରିଛି ଅନେକ ଗୌରବ । ସ୍ବାଧିନତା ପାଇବା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ ସ୍ୱର୍ଗତ ମହତାବ । ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଥିଲା ସମ୍ପୂଣ୍ଣ ନିଆରା। କେବଳ ଯେ ଓଡ଼ିଶା ପାଇଁ ନୁହେଁ ବରଂ ସାରା ଦେଶରେ ନିଜ ଛାପ ଛାଡି ଯାଇଛନ୍ତି। ତେବେ ଜିଲା ପ୍ରଶାସନ ପକ୍ଷରୁ ଆଜି ଏହି ପବିତ୍ର ଦିବସରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କଟକ ସାଂସଦ ଭ୍ରତୃହରି ମହତାବ , ଜିଲାପାଳ ଭବାନୀ ଶଙ୍କର ଚୟିନୀ , ମହାନଗର ନିଗମ କମିଶନର , ବିଧାୟକ ଓ ଅ ନେକ ବୁଦ୍ଧିଜୀବୀ।

 

Related posts

mahabharatanews

ଘରୋଇ ଶିକ୍ଷାନୁଷ୍ଠାନ ସିଲ କଲା ବିଏମସି

mahabharatanews

ମୌସୁମୀ ପରବର୍ତ୍ତୀ ସମୟରେ ସର୍ତକ ରହିବାକୁ ସ୍ୱାସ୍ଥ୍ୟବିଭାଗର ମାର୍ଗଦର୍ଶିକା

mahabharatanews