ଭାରତ

ସଂସଦକୁ ଶୀତ ଅଧିବେଶନରେ ହେବ ନାହିଁ ଟ୍ରାକ୍ଟର ମାର୍ଚ୍ଚ

ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀ ନେଲେ ବଡ ନିଷ୍ପତ୍ତି । ଶୀତ ଅଧିବେଶନରେ ଆଉ ହେବ ନାହିଁ ସଂସଦକୁ ଟ୍ରାକ୍ଟର ମାର୍ଚ୍ଚ । ଏପରି ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଆଜି ସିଂଘୁ ଓ ଟିକରୀ ବର୍ଡରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ପୂର୍ବରୁ ଚାଷୀମାନେ ଶୀତ ଅଧିବେଶନର ପ୍ରଥମ ଦିନରେ ସଂସଦ ପର୍ୟ୍ୟନ୍ତ ଟ୍ରାକ୍ଟର ମାର୍ଚ୍ଚ କରିବାକୁ ଘୋଷଣା କରିଥିବା ଖବର ଆସୁଛି ।
ନଭେମ୍ବର ୨୬ ତାରିଖରେ କିଷାନ ମହାପଞ୍ଚାୟତ ବେଳେ ଚାଷୀ ନେତା ରାକେଶ ଟିକାୟତ କହିଥିଲେ, ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁସାରେ ଚାଷୀମାନେ ଟ୍ରାକ୍ଟର ରାଲି କରିବେ । ଏଥିରେ ଚାଷୀମାନେ ଟ୍ରାକ୍ଟର ଧରି ସଂସଦ ପର୍ୟ୍ୟନ୍ତ ରାଲି କରିବେ । ହେଲେ ଏବେ ଏହାକୁ ବାତିଲ କରିଦିଆଯାଇଥିବା ଖବର ପ୍ରକାଶ ପାଉଛି । ଚାଷୀମାନଙ୍କର ଏହି ଟ୍ରାକ୍ଟର ମାର୍ଚ୍ଚ ବାତିଲ ଏପରି ସମୟରେ ଆସିଛି, ଯେତେବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକଙ୍କର ଅନ୍ୟ ଦୁଇଟି ଦାବିକୁ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି ଆଉ ଚାଷୀ ଆନ୍ଦୋଳନକୁ ଶେଷ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏମଏସପି ଉପରେ ଆଇନ ନିର୍ମାଣ ପାଇଁ କମିଟି ଗଠନ ଓ ନଡା ଜଳାଇବା ଅପରାଧମୁକ୍ତ ବୋଲି କହିଛନ୍ତି । ଯାହା ପରେ ଚାଷୀମାନେ ଏହି ଟ୍ରାକ୍ଟର ରାଲି ବାତିଲ କରିଥିବା ଏବେ ସୂଚନା ମିଳୁଛି ।

 

Related posts

ଆନ୍ଧ୍ରପ୍ରଦେଶ କେମିକାଲ୍‌ କମ୍ପାନିରେ ଗ୍ୟାସ୍‌ ଲିକ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ ମହିଳା କର୍ମଚାରୀ

mahabharatanews

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

mahabharatanews

 ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ତାଇୱାନ ରାଷ୍ଟ୍ରପତି 

mahabharatanews