ଭାରତ

ଭାରତରେ ପାଦଦେଲା ଓମିକ୍ରନ!

ଚଣ୍ଡିଗଡ଼: ଦକ୍ଷିଣ ଆଫ୍ରିକାରେ କାୟା ବିସ୍ତାର କରିଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରାନ ଭାରତରେ ପାଦ ଥାପିଛି । ଆଫ୍ରିକାରୁ ଚଣ୍ଡଗଡ ଫେରିଥିବା ଜଣେ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ମଧ୍ୟ ସଂକ୍ରମିତ ହୋଇଛନ୍ତି।
ଦକ୍ଷିଣ ଆଫ୍ରିକାରରୁ ଜଣଙ୍କ ନଭେମ୍ବର ୨୧ରେ ଜଣେ ୩୯ ବର୍ଷୀୟ ବ୍ୟକ୍ତି ଚଣ୍ଡଗଡ ଫେରିଥିଲେ। ସେ ଏୟାରପୋର୍ଟରେ ତାଙ୍କର ଆରଟି-ପିସିଆର ଟେଷ୍ଟରୁ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ନିୟମ ଅନୁଯାୟୀ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବ।। ପରେ ଯେତେବେଳେ ଟେଷ୍ଟ କରାଗଲା, ରିପୋର୍ଟ ପଜିଟିଭ ଆସିଥିଲା । ଆଫ୍ରିକା ଫେରାନ୍ତାଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟଜଣେ ମଧ୍ୟ ପଜିଟିଭ ବାହାରିଛନ୍ତି । ଏହା ପରେ ପରିବାରର ସବୁ ସଦସ୍ୟଙ୍କ ଟେଷ୍ଟିଂ କରାଯାଇଛି। ଆଫ୍ରିକା ଫେରନ୍ତା ବ୍ୟକ୍ତିଙ୍କ ସମେତ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଜଣଙ୍କର ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲେ। ତେବେ ଜେନୋମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରାନ ଦ୍ୱାରା ସଂକ୍ରମିତ ହୋଇ ନଥିବା ସ୍ପଷ୍ଟ ହୋଇଥିଲା।

 

Related posts

ପିକେଟିଂ କରି ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ

mahabharatanews

‘ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ ‘: କମିଶନର

mahabharatanews

ମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଣି ଫେରିବ କି ଲକଡାଉନ

mahabharatanews