ଓଡିଶା

ଚାଲିଗଲେ ନନ୍ଦ ସାର

ଭୁବନେଶ୍ୱର: ୧୦୪ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କର ପରଲୋକ ଘଟିଛି । ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲରେ କୋରୋନା ସହ ଲଢେଇ କରୁଥିଲେ ନନ୍ଦ ସାର । ଗତ କିଛି ଦିନ ତଳେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ଦିନ ୧.୨୮ ସମୟରେ ଇହଲୀଳା ତ୍ୟାଗ କରିଛନ୍ତି ଯାଜପୁରର ଗୌରବ ନନ୍ଦ ସାର । ଏ ନେଇ ତାଙ୍କ ନାତି ଖଗେଶ୍ୱର ପୃଷ୍ଟି ସୂଚନା ଦେଇଛନ୍ତି ।

ଗତ ନଭେମ୍ବର ୯ ତାରିଖରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ଯାଜପୁରର ନନ୍ଦକିଶୋର ପୃଷ୍ଟି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍ର କନ୍ତିରା ଗାଁର ବାସିନ୍ଦା ନନ୍ଦ ସାର୍ ୭୫ ବର୍ଷ ହେଲାଣି ଗାଁ ଛୁଆଙ୍କୁ ପାଠପଢ଼ାଇ ଆସୁଥିଲେ । ତେବେ ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନଥିଲେ । ଯାଜପୁରର ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାରଙ୍କ ଜୀବନୀ ଉପରେ ନିର୍ମାଣ ହୋଇଛି ଫିଲ୍ମ।

103 Yrs Old Shri Nanda Prusty Teachers Gives Free Education to Kids since 7 decades - Padma Shri Award 2021 - eOdisha.org - latest Odisha News - Business - Culture -Art - TravelNaveed Trumboo IRS on Twitter: "104 yr old Nanda Prasty in Odhisa has been teaching students for free under a tree for over 75 years. He refuses assistance from Govt. & the

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ କିଶୋର ପୃଷ୍ଟି ଚାଟଶାଳୀ ଜରିଆରେ ଦୀର୍ଘ ୮୦ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରିଆସୁଥିଲେ । କିଛିଦିନ ପୂର୍ବେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ତାଙ୍କ ନାମ ସୁପାରିଶ କରିଥିଲେ । ପରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

Padma Shri awardee Nanda Prusty blesses President Ram Nath Kovind in viral pic. Speechless, say netizens - Trending News News

Related posts

ଖସୁଛି ପାରଦ, ଅସ୍ତବ୍ୟସ୍ତ ଜନଜୀବନ

mahabharatanews

ବିଶ୍ୱକପ ହକି : ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ

mahabharatanews

ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews