ଓଡିଶା

ପୁଣି ଏକା ଏକା ଡିମ୍ପଲ 

ବ୍ରହ୍ମପୁର: ଡିମ୍ପଲଙ୍କୁ ଛାଡି ଚାଲିଗଲେ ସ୍ୱାମୀ ସୁମିତ । ଭଡା ଘରେ ୭ ଦିନ ଏକାଠି ରହିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଫାଙ୍କି ଦେଲେ ସୁମିତ । ଡିମ୍ପଲଙ୍କୁ ଏକା କରି ସେ ଛୁ ମାରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା । ୫ ଦିନ ଛୁଟି ନେଇ ସୁମିତ କେଉଁଆଡେ ଚାଲିଯାଇଥିବା ସୂଚନା ମିଳିଛି ।

ଡିମ୍ପଲ ଓ ସୁମିତ୍ ମାମଲାରେ ଆସିଲା କୋର୍ଟଙ୍କ ନୂଆ ଆଦେଶ -

ଗତକାଲି ସୁମିତ ଏବଂ ଡିମ୍ପଲଙ୍କୁ ୭ ଦିନ ଭଡା ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡିଜେଏମ କୋର୍ଟ । ଭଡ଼ା ଘରେ ରହଣୀ ସମୟରେ ତପସ୍ୱିନୀଙ୍କ ସମସ୍ତ ଖର୍ଚ୍ଚ ସ୍ୱାମୀ ବହନ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରିବାର ଲୋକ ଦମ୍ପତିଙ୍କୁ ଭେଟିବା ଲାଗି ମଧ୍ୟ କୋର୍ଟ ଅନୁମତି ଦେଇଥିଲେ । କିନ୍ତୁ କୋର୍ଟଙ୍କ ଶୁଣାଣିର ଗୋଟଏ ଦିନ ପରେ ରାୟକୁ ଅବମାନନା କରି ଗାଏବ ହୋଇ ଯାଇଛନ୍ତି ସୁମିତ । ସେ କେଉଁଆଡେ ଯାଇଛନ୍ତି ତାହା ଜଣା ପଡିନଥିବା ବେଳେ ୫ ଦିନ ଛୁଟି ନେଇ କେଉଁଆଡେ ଯାଇଥିବା ସୂଚନା ମିଳିଛି ।

Woman On Dharna: Berhampur SDJM Court advises couple to stay together for a week - Pragativadi

Related posts

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶିରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଗୋପାଳପୁରରେ ତୃଣମୂଳସ୍ତରରୁ ବିଜେଡିକୁ ମଜବୁତ କରିବାକୁ ସାଂସଦ ମାନସ ମଙ୍ଗରାଜଙ୍କ ଆହ୍ୱାନ

mahabharatanews

ବକ୍ରପାଦ ଅସ୍ତ୍ରୋପଚାର ପାଇଁ ମାଲକାନାଗିରିରେ କ୍ୟାମ୍ପ

mahabharatanews