ବ୍ରହ୍ମପୁର: ଡିମ୍ପଲଙ୍କୁ ଛାଡି ଚାଲିଗଲେ ସ୍ୱାମୀ ସୁମିତ । ଭଡା ଘରେ ୭ ଦିନ ଏକାଠି ରହିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଫାଙ୍କି ଦେଲେ ସୁମିତ । ଡିମ୍ପଲଙ୍କୁ ଏକା କରି ସେ ଛୁ ମାରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା । ୫ ଦିନ ଛୁଟି ନେଇ ସୁମିତ କେଉଁଆଡେ ଚାଲିଯାଇଥିବା ସୂଚନା ମିଳିଛି ।
ଗତକାଲି ସୁମିତ ଏବଂ ଡିମ୍ପଲଙ୍କୁ ୭ ଦିନ ଭଡା ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡିଜେଏମ କୋର୍ଟ । ଭଡ଼ା ଘରେ ରହଣୀ ସମୟରେ ତପସ୍ୱିନୀଙ୍କ ସମସ୍ତ ଖର୍ଚ୍ଚ ସ୍ୱାମୀ ବହନ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରିବାର ଲୋକ ଦମ୍ପତିଙ୍କୁ ଭେଟିବା ଲାଗି ମଧ୍ୟ କୋର୍ଟ ଅନୁମତି ଦେଇଥିଲେ । କିନ୍ତୁ କୋର୍ଟଙ୍କ ଶୁଣାଣିର ଗୋଟଏ ଦିନ ପରେ ରାୟକୁ ଅବମାନନା କରି ଗାଏବ ହୋଇ ଯାଇଛନ୍ତି ସୁମିତ । ସେ କେଉଁଆଡେ ଯାଇଛନ୍ତି ତାହା ଜଣା ପଡିନଥିବା ବେଳେ ୫ ଦିନ ଛୁଟି ନେଇ କେଉଁଆଡେ ଯାଇଥିବା ସୂଚନା ମିଳିଛି ।
