ଓଡିଶା

ସାବଧାନ! କଟନୀ ଛଟନୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଉ ହେବ ନାହିଁ କଟନୀ ଛଟନୀ । ଏପରି ହେଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ବୋଲି ଅର୍ଥ ମନ୍ତ୍ରୀ ନରିଞ୍ଜନ ପୂଜାରୀ ଦେଇଛନ୍ତି ନିର୍ଦ୍ଦେଶ । ମନ୍ତ୍ରୀ ନିଜେ ଫୋନ କରି ମିଲ ମାଲିକଙ୍କୁ ଧମକ ଦେଇଥିବା କୁହାଯାଉଛି । ସୁବର୍ଣ୍ଣପୁର ଜିଲ୍ଲାର ବିନିକା, ଡୁଙ୍ଗୁରିପାଲି, ତରଭା, ସୋନପୁର, ଉଲୁଣ୍ଡା ଆଦି ସ୍ଥାନରେ ଧାନ କିଣାକୁ ନେଇ ଆରମ୍ଭ ହୋଇଛି ସମସ୍ୟା । ମଣ୍ଡିରେ ସରକାରୀ ନିୟମ ଉଲ୍ଲଙ୍ଘନ କରି କଟନୀ ଛଟନୀ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ।
ଅର୍ଥ ମନ୍ତ୍ରୀଙ୍କ ତରଭା ବ୍ଲକ ଗସ୍ତ କାଳରେ ଚାଷୀ ମନ୍ତ୍ରୀଙ୍କୁ ଘେରି କରିଥିଲେ ଅଭିଯୋଗ । ଏନେଇ ମନ୍ତ୍ରୀ ବ୍ଲକର ବିଭିନ୍ନ ମଣ୍ଡି ବୁଲି ଦେଖିବା ସହ କଟନୀ ଛଟନୀ ବନ୍ଦ କରିବାକୁ ତହସିଲଦାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଏଥିସହ ମିଲ ମାଲିକଙ୍କୁ ଏପରି କଲେ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି ।

Related posts

ସରକାରଙ୍କ ଘୋଷିତ ଅର୍ଥରାଶି ନ ମିଳିବାରୁ ପ୍ରବାସୀଙ୍କ ରାସ୍ତା ଅବରୋଧ

mahabharatanews

୪ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭଗବତ

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୯୬ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews