ଓଡିଶା

ଦୁର୍ଘଟଣାରେ ଚାଲିଗଲା ପୁଲିସ ହାବିଲଦାରଙ୍କ ଜୀବନ

ଗୋପ/ ଜୟନ୍ତ ସେଠୀ: ଦୁର୍ଘଟଣାରେ ଚାଲିଗଲା ପୁଲିସ ହାବିଲଦାରଙ୍କ ଜୀବନ। ଡ୍ୟୁଟି ସାରି ଘରକୁ ଫେରିବା ବେଳେ ରାସ୍ତାରେ ଛକି ବସିଥିଲା କାଳ ଓ ନେଇଗଲା ଜୀବନ । ପୁରୀ ପେଣ୍ଠକଟା ଫାଣ୍ଡିରେ କାର୍ୟ୍ୟରତ ହାବିଲଦାର ପବିତ୍ର ମହାନ୍ତି । ସବୁଦିନ ପରି ଡ୍ୟୁଟି ସାରି ନିଜ ବାସଭବନକୁ ବାଇକ ଯୋଗେ ଯାଉଥିଲେ। ଅଠରନଳା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ନିକଟରେ ବିପରିତ ଦିଗରୁ ଆସୁଥିବା ଏକ କାର ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପବିତ୍ରଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଖବର ପାଇ ପୁରୀ ସଦର ଥାନା ପୁଲିସ ପବିତ୍ରଙ୍କର ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସଦର ମହକୁମା ଚିକିତ୍ସାଳୟକୁ ପଠାଇଥିବାବେଳେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଦୁର୍ଘଟଣାଗ୍ରସ୍ତ କାର ଓ ବାଇକକୁ ଜବତ କରି ତଦନ୍ତ ଚଳାଇଛି।

 

Related posts

ମହାଦୀପ ଓ ସୁନାବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

mahabharatanews

OAS ସ୍ତରରେ ବଡ଼ଧରଣର ଅଦଳବଦଳ : ୧୬୯ ଓଏଏସ୍ ଅଫିସରଙ୍କ ବଦଳି, ୭୯ ତହସିଲରେ ନୂଆ ତହସିଲଦାର

mahabharatanews

ସିଲଭର ସିଟିରେ ଉତ୍କଳକେଶରୀଙ୍କ ୧୨୨ ତମ ଜନ୍ମ ଜୟନ୍ତୀ ପାଳିତ

mahabharatanews