ଭାରତ

୨୩୦ ରେସିଡେଣ୍ଟ ଡାକ୍ତର ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ର ତଥା ମୁମ୍ବାଇରେ କରୋନା ସଂକ୍ରମଣ ଉଗ୍ର ରୂପ ନେବାରେ ଲାଗିଛି । ଗତ ୩ ଦିନରେ ରାଜ୍ୟ ରାଜଧାନୀର ବିଭିନ୍ନ ସରକାରୀ ହସ୍ପିଟାଲରୁ ୨୩୦ ରେସିଡେଣ୍ଟ ଡାକ୍ତର କରୋନା ଚିହ୍ନଟ ହୋଇଥିବା ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ବୁଧବାର ୭୩ ରେସିଡେଣ୍ଟ ଡାକ୍ତରଙ୍କ କରୋନା ଟେଷ୍ଟରୁ ପଜିଟିଭ ଥିବା ଜଣାପଡିବା ପରେ ଏହି ସଂଖ୍ୟ।। ୨୩୦କୁ ବୃଦ୍ଧି ପାଇଛି । ସେହିପରି ଥାନେ ସିଟିରେ ଥିବା ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲ୍ରେ ୮ ଜଣ ରେସିଡେଣ୍ଟ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ମହାରାଷ୍ଟ୍ରରେ ୨୬,୫୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ମୁମ୍ବାଇରୁ କେବଳ ୧୫,୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

 

Related posts

୨.୬ କୋଟି ଲୋକ ଭାରତରେ ଏପର୍ଯ୍ୟନ୍ତ ନେଇନାହାନ୍ତି ଗୋଟିଏ ବି କରୋନା ଟୀକା

mahabharatanews

ଦେଶରେ ଦିନକରେ ୨,୦୭୫ କରୋନା ସଂକ୍ରମିତ ଚିହ୍ନଟ ଓ ୭୧ ମୃତ

mahabharatanews

ଇଣ୍ଡୋନେସିଆର ତିମୋର ଦ୍ବୀପରେ ଭୂକମ୍ପ

mahabharatanews