ଓଡିଶା

ନିର୍ବାଚନ ଆସିଲେ ସରକାରଙ୍କ ଘାଷଣା ରାଜନୀତି

କଟକ/ ଜଗନ୍ନାଥ ମହାନ୍ତି: ସରକାର ନିର୍ବାଚନ ଆସିଲେ ବସ୍ତୀ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇ ଠକୁଛନ୍ତି । ସରକାର ବସ୍ତୀ ବାସିନ୍ଦାଙ୍କୁ ଭ୍ରମିତ ନକରି ଆଇନ ମୁତାବକ ଥଇଥାନ କରି ପଟ୍ଟା ପ୍ରଦାନ କରିବା ଦାବିରେ ବସ୍ତୀ ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବୟାନ ଦିଆଯାଇଛି।ବସ୍ତୀ ବାସିନ୍ଦାଙ୍କ ଦୀର୍ଘ ଆନ୍ଦୋଳନ ଫଳରେ ବସ୍ତୀ ବାସିନ୍ଦାଙ୍କ ପାଇଁ ପୂର୍ବରୁ ପୌରପାଳିକା ଓ ପରେ ମହାନଗର ନିଗମ ସାମ୍ବିଧାନିକ ଅଧିକାର ଅନୁଯାୟୀ ସେମାନଙ୍କୁ ସହରବାସୀର ସ୍ୱୀକୃତି ଦିଆଯାଇଛି । ସେହିପରି ବସ୍ତୀ ବାସିନ୍ଦାମାନଙ୍କୁ ରହୁ ଥିବା ସ୍ଥାନରେ ବା ବାସୋପଯୋଗୀ ସ୍ଥାନରେ ଜାଗା ଓ ଘର ଯୋଗାଇ ଦେବେ ଆଇନଗତ ବିଧି ରହିଛି। ମାତ୍ର ସରକାର ତାହା ନକରି କେବଳ ନିର୍ବାଚନକୁ ଆଖିରେ ରଖି ଘୋଷଣା ବାଜି ରାଜନୀତି କରୁଛନ୍ତି। ଏହି ସରକାର ଅମଳରେ ଏବେକୁ ଲଗାଇ ୫ଥର ଏକା କଥା କେବଳ ଭିନ୍ନ ଶବ୍ଦରେ ଘୋଷଣା କଲେଣି।

Related posts

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

mahabharatanews

ନଦୀରୁ ବସ୍ତାରେ ବନ୍ଧା ୨ ମୃତଦେହ ଉଦ୍ଧାର

mahabharatanews

54 ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ; ବିଭିନ୍ନ ବିଭାଗ ଉପରେ ଆଲୋଚନା

mahabharatanews