ଭାରତ

ଆଇଏନଏସ ରଣବୀରରେ ହୋଇଛି ବଡଧରଣର ବିସ୍ଫୋରଣ: ନେଭି ମୁଖ୍ୟଙ୍କ ଶୋକ

ନୂଆଦିଲ୍ଲୀ: ମୁମ୍ବାଇ ଡକୟାର୍ଡରେ ବଡ ଧରଣର ଅଘଟଣ । ଆଇଏନଏସ ରଣବୀରରେ ହୋଇଛି ବଡଧରଣର ବିସ୍ଫୋରଣ । ବିସ୍ଫୋରଣରେ ଜାହାଜର କିଛି କ୍ଷତି ହୋଇଥିବା ବେଳେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଆଇଏନଏସ ରଣବୀରର ଅଭ୍ୟନ୍ତରୀଣ କମ୍ପାଟମେଣ୍ଟରେ ଏହି ବିସ୍ଫୋରଣ ହୋଇଛି ।
ମଙ୍ଗଳବାର ଦିନ ମୁମ୍ବାଇ ଡକୟାର୍ଡରେ ଠିଆ ହୋଇଥିବା ବେଳେ ଜାହାଜର ଅଭ୍ୟନ୍ତରୀଣ କମ୍ପାଟମେଣ୍ଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ସହିଦ ହୋଇଥିବା ଯବାନ ମାନେ ହେଲେ ମାଷ୍ଟର ଚିଫ ପେଟ୍ଟି ଅଫିସର (ଏମସିପିଓ) ଫାଷ୍ଟ କ୍ଲାସ କ୍ରିଷନ କୁମାର, ଏମସିପିଓ ସେକେଣ୍ଡ କ୍ଲାସ ସୁରିନ୍ଦର କୁମାର ଓ ଏ କେ ସିଂହ ।
ବିସ୍ଫୋରଣ ପରେ କ୍ରୁ ସଦସ୍ୟ ସ୍ଥିତି ଉପରେ ନିୟନ୍ତ୍ରଣ ପାଇବାରେ ସକ୍ଷମ ହୋଇଥିଲେ । ଇଷ୍ଟର୍ଣ୍ଣ ନାଭାଲ ଆଇଏନଏସ ରଣବୀରକୁ କ୍ରସ କୋଷ୍ଟ ଅପରେସନାଲରେ ନିୟୋଜିତ କରାଯାଇଥିଲା । ବିସ୍ଫୋରଣ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ନେଭି ମୁଖ୍ୟ ଆଡମିରାଲ ଆର ହରି କୁମାର ଏହି ଦୁଃଖଦ ଘଟଣାରେ ଶୋକ ବ୍ୟକ୍ତ କରିବା ସହ ସହିଦଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Related posts

ଚନ୍ଦ୍ରାୟଣ -୩ : ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

mahabharatanews

ଉତ୍ତରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ,୩ଜୀବନ୍ତ ଦଗ୍ଧ

mahabharatanews

୨୦୨୨ରେ ଡଲାର ପରିମାଣ ୯ ପ୍ରତିଶତ ହ୍ରାସ ପାଇଛି

mahabharatanews