ଭାରତ

ସୁପ୍ରିମ କୋର୍ଟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତୀ ଉଦ୍ୟମ

ନୂଆଦିଲ୍ଲୀ: ଶୁକ୍ରବାର ନୋଏଡା ବାସିନ୍ଦା ୫୦ ବର୍ଷୀୟ ବ୍ୟକ୍ତି ସୁପ୍ରିମ କୋର୍ଟ ବାହାରେ ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ତେବେ କୋର୍ଟ ପରିସରରେ ନିୟୋଜିତ ପୁଲିସ କର୍ମଚାରୀ ନିଆଁକୁ ଆୟତ୍ତ କରି ସମ୍ପୃକ୍ତି ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣା ସମୟରେ ପାଖରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଏହି ଭିଡିଓ ରେକର୍ଡ କରିଥିଲେ । ବ୍ୟକ୍ତିଙ୍କୁ ପୁଲିସ ରକ୍ଷା କରୁଥିବା ବେଳେ ସେ ଚିକ୍ରାର କରୁଥିଲେ, ମୁଁ ଗୋଟିଏ ଗରିବ ଲୋକ । ମୋ ପରିବାର ଭୋକରେ ମରୁଛି ।
ପୁଲିସ ଅନୁଯାୟୀ, ବ୍ୟକ୍ତିଗତ ଜୀବନରେ ବିଭିନ୍ନ ସମସ୍ୟାକୁ ନେଇ ସେ ଆତ୍ମାହୁତି କରିଛନ୍ତି । ତେବେ ଗତ ୬ ମାସ ମଧ୍ୟରେ ସୁପ୍ରିମ କୋର୍ଟ ବାହାରେ ଏହା ଦ୍ୱିତୀୟ ଘଟଣା । ଗତ ଅଗଷ୍ଟ ମାସରେ ଜଣେ ୨୪ ବର୍ଷୀୟା ମହିଳା ଓ ପୁରୁଷ ସୁପ୍ରିମ କୋର୍ଯ ବାହାରେ ଆତ୍ମାହୁତୀ ଉଦ୍ୟମ କରି ଗୁରୁତର ଆହତ ହୋଇଥିଲେ । ଦୁଷ୍କର୍ମ ପରେ ନ୍ୟାୟ ନ ପାଇବାରୁ ସେ ଏହି ପଦକ୍ଷେପ ନେଇଥିଲେ ।

Related posts

ଜଷ୍ଟିସ ସୂର୍ଯ୍ୟକାନ୍ତ ସୋମବାର ଦିନ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ

mahabharatanews

ମହାରାଷ୍ଟ୍ରରେ ହୁ୍ ହୁ ହୋଇ ଜଳିଗଲା ଟ୍ରେନ

mahabharatanews

ଦାନିଶ ସିଦ୍ଦିକଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ

mahabharatanews