ଭାରତ

ଆଟଲାଣ୍ଟିକ୍‌ରେ ଭୟଙ୍କର ଝଡ଼

(ଦିଲ୍ଲୀ) : ଆଟଲାଣ୍ଟିକ୍‌ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ଼। ଶୁକ୍ରବାର ସୃଷ୍ଟି ହୋଇଥିବା ଏହି ପ୍ରଳୟଙ୍କରୀ ପବନର ବେଗ ଘଣ୍ଟା ପ୍ରତି ୧୨୨ କିଲୋମିଟର ଥିବା ବେଳେ ଏଥିରେ ପ୍ରାୟ ୯ ଜଣଙ୍କ ଜୀବନ ଯାଇଛି। ବେଲଜିୟର ଅବସ୍ଥା ମଧ୍ୟ ସଂଘାତିକ। ଏଠାରେ ସୁଉଚ୍ଚର ଜୁଆର ଆସି ଘର ଭିତରେ ପାଣି ପଶିଛି । ଭୟଙ୍କର ଝଡ଼ ପବନ ଯୋଗୁ ବ୍ରିଟେନରେ ରେଲୱେ ଷ୍ଟେଶସନ ଓ ଏୟାରପୋର୍ଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସୂଚନାନୁଯାୟୀ , ସାମୁଦିକ୍ର ଝଡ଼ ‘ୟୁନିସ’ କେନ୍ଦ୍ରୀୟ ଆଟାଲାଣ୍ଟିକ ସମୁଦ୍ରରେ ସୃଷ୍ଟି ହୋଇଥିବା ବେଳେ ଏହା ୟୁରୋପ ମୁହାଁ ହୋଇଛି। ଟ୍ରେନ୍‌ ଏବଂ ପ୍ଲେନ୍‌ ଚଳାଜଚଳ ବାଧାପ୍ରାପ୍ତ ହୋଇଛି। ୟୁକେର ସମସ୍ତଙ୍କ ବିମାନ ବନ୍ଦରରେ ୪୩୬ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି।

Related posts

ଆଜି ଓଡିଶା ଆସୁଛନ୍ତି ଅମିତ ଶାହ

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨

mahabharatanews

୧୪୬ କୋଟି ଆୟ କଲା  ଫିଲ୍ମ ‘ସାଲାର 

mahabharatanews