ଓଡିଶା

ପଂଚାୟତ ନିର୍ବାଚନ: ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

ନୂଆପଡ଼ା: ନିଖୋଜ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର। ହାତଗୋଡ଼ ବନ୍ଧା ଓ ଅଚେତ ଅବସ୍ଥାରେ ନୂଆପଡ଼ା ଗାଁ ରାସ୍ତା ପୋଲ ତଳୁ ଉଦ୍ଧାର କରାଯାଇଛି । ତାଙ୍କୁ ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଚୂଳ ବୈଠାରୁ ରାତି ୮ରୁ ଘରୁ ଯାଇଥିଲେ । କିନ୍ତୁ ସେ ଘରକୁ ଆଉ ଫେରି ନ ଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ତେବେ ଆଜି ସୁନାରି ସିକୁଆରୁ ଗଣ୍ଡବହଲିକୁ ଯାଉଥିବା ରାସ୍ତାପୋଲ ତଳୁ ଚୂଳଙ୍କୁ ହାତଗୋଡ଼ ବନ୍ଧା ହୋଇଥିବା ଓ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହା ଏକ ରାଜନୈତିକ ହିଂସାକାଣ୍ଡ ଓ ଚୂଳ ବୈଠାରୁଙ୍କ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କୁ ପରିବାର ଲୋକ ସନ୍ଦେହ କରୁଥିବା ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି ।ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related posts

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

mahabharatanews

ସ୍ଥଗିତ ଥିବା ପଞ୍ଚାୟତ ନିର୍ବାଚନରେ ବି ଜିତି‌ଲେ ବିଜେଡି ପ୍ରାର୍ଥୀ

mahabharatanews

୨୦ଟି ନୂତନ ବସଷ୍ଟାଣ୍ଡ ଉଦଘାଟିତ

mahabharatanews