ଭାରତ

ଘାଟି ତଳକୁ ଖସିଗଲା ବୋଲେରୋ, ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମ୍ପାୱାତ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଏକ ବୋଲେରୋ ଘାଟି ତଳକୁ ଖସିପଡିଛି | ଏହି ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗୁରୁତର ଆହତ ଡ୍ରାଇଭର ଏବଂ ଅନ୍ୟ ଜଣେ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୧୨ଜଣ ବରଯାତ୍ରୀଙ୍କୁ ନେଇ ଏହି ବୋଲେରୋ ବିବାହ ପରେ ଗାଁକୁ ଫେରୁଥିବାବେଳେ ରିଥା-ସୁଖିଦାଙ୍ଗ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା। ଏହାପରେ ଖବର ମିଳିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ଡ୍ରାଇଭର ଏବଂ ଅନ୍ୟ ଜଣେ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related posts

ଆଜିର ଦିନରେ ଶତକ ହାସଲ କରିଥିଲେ ସଚିନ

mahabharatanews

ରିଫାଇନେରିରେ ବଡ଼ ଧରଣର ଅଗ୍ନିକାଣ୍ଡ 

mahabharatanews

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

mahabharatanews