ଭାରତ

ୟୁକ୍ରେନ-ଋଷ ଲଢେଇ: ବ୍ରିଜ ଉଡାଇଲା ୟୁକ୍ରେନ

ୟୁକ୍ରେନ: ୟୁକ୍ରେନ ଓ ଋଷ ମଧ୍ୟରେ ଦୁଇଦିନ ହେଲା ଚାଲିଛି ଘମାଘୋଟ ଲଢେଇ । ଏହି ଯୁଦ୍ଧରେ କେତେ ଲୋକ ନିହତ ହେବେ ତାହା ଆକଳନ କରିବା ଅସମ୍ଭବ । ଗତକାଲି ପୁଟିନ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାପରେ ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିପଡିଛି ଋଷ । ୟୁକ୍ରେନର ବିଭିନ୍ନ ସହର ଉପରକୁ ଅକ୍ରମଣ କରିଚାଲିଛି ଋଷ ଏହାରି ମଧ୍ୟରେ ୟୁକ୍ରେନର ରାଜଧାନୀ ମଧ୍ୟ ବାଦ ପଡିନି । ତିନିପଟୁ ଘେରି ରହି ଅକ୍ରମଣ କରି ଚାଲିଛି ଋଷ ।

ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଅକ୍ତିଆର କରିବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ରାଜଧାନୀ କିଭରେ ପାହନଞ୍ଚି ଋଷ ସେନା ଆକ୍ରମଣ କରିଥିବା କଥା ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି । ଋଷର ଏହି ଅକ୍ରମଣ ଫଳରେ କିଭରେ ଅନେକ କ୍ଷୟ କ୍ଷତି ହୋଛାଲିଛି । ସୂଚନା ଅନୁସାରେ କିଭ ଉପରେ ୬ଟି ମିସାଇଲ ମାଡ କରିଛି ଋଷ । ସେପଟେ ୟୁକ୍ରେନର ରାଜଧାନୀ ଭିତରେ ଋଷ ସେନା ନ ପଶି ପାରିବା ପାଇଁ ୟୁକ୍ରେନ ସେନା କିଭର ଏକ ବ୍ରିଜକୁ ଉଡାଇ ଦେଇଛନ୍ତି । କାରଣ ଋଷ ସେନା ଏହି ବ୍ରିଜ ମାଧ୍ୟମରେ ସେଠାକୁ ପଶିବାକୁ ଚେଷ୍ଟା କରୁଥିଲା । ଋଷର ଏପରି ଭୟଙ୍କର ଅକ୍ରମଣ ପରେ ମଧ୍ୟ ୟୁକ୍ରେନ ପଛଘୁଞ୍ଚା ଦେବ ନାହିଁ ବୋଲି କହିଛନ୍ତି ୟୁକ୍ରେନ ରଷ୍ଟ୍ରପତି ।

Related posts

ହରିୟାଣା ହିଂସାକାଣ୍ଡ :  ୧୪୪ ଧାରା ଲାଗୁ ସହ  ୨ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

୨୨ ଜାନୁଆରିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ 

mahabharatanews

କାଶ୍ମୀର ପଣ୍ଡିତଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ

mahabharatanews